TMCର ଫୁଲ୍‌ଫର୍ମ ‘ତୁ, ମେଁ ଔର କରପ୍ସନ ହି କରପ୍ସନ’: ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | March 02, 2024 IST

କୋଲକାତା: ଶନିବାର ପଶ୍ଚିମବଙ୍ଗର କୃଷ୍ଣନଗରରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଟିଏମସିର ଅର୍ଥ ବୁଝାଇଛନ୍ତି ମୋଦୀ । ସେ କହିଛନ୍ତି, ଟିଏମସି ଅର୍ଥ ବଦଳିଯାଇଛି । ଏବେ ଏହାର ଅର୍ଥ ‘ତୁ, ମେଁ ଔର କରପ୍ସନ ହି କରପ୍ସନ ହୈ’ । ଟିଏମସି ବେଙ୍ଗଲର ଛବି ଖରାପ କରିଛି । ସବୁ ଯୋଜନାକୁ ଟିଏମସି ଦୁର୍ନୀତିରେ ପରିଣତ କରୁଛି ବୋଲି ମୋଦୀ ଅଭିଯୋଗ କରିଛନ୍ତି।

wp:heading {"level":4}

Also read- ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ; ମିଡିଆ ରିପୋର୍ଟକୁ ଖଣ୍ଡନ

/wp:heading

ଏହା ସହ ସେ ଆହୁରି କହିଛନ୍ତି ଯେ, ଟିଏମସି ଆମ ଯୋଜନାକୁଡ଼ିକ ଉପରେ ନିଜର ଷ୍ଟିକର ଲଗାଉଛି ଏବଂ ନିଜର ବୋଲି ପ୍ରଚାର କରୁଛି । ଗରିବଙ୍କ ପାଖରୁ ଛଡ଼ାଇ ଆଣିବା ଲାଗି ଟିଏମସି ସଙ୍କୋଚ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବେଙ୍ଗଲରେ ଯେଉଁ ଭଳି ଟିଏମସିର ସରକାର ଚାଲୁଛି ସମଗ୍ର ରାଜ୍ୟରେ  ନିରାଶା ଖେଳିଯାଇଛି ।

ପଶ୍ଚିମବଙ୍ଗର ଲୋକମାନେ ଟିଏମସି ଉପରେ ଭରସା କରି ବାରମ୍ବାର ଜିତାଉଛନ୍ତି । ହେଲେ ଟିଏମସି ଅତ୍ୟାଚାର ଏବଂ ବିଶ୍ବାସଘାତର ଅନ୍ୟ ନାମ ପାଲଟିଯାଇଛି । ଟିଏମସି ଲାଗି ପାଶ୍ଚିମବଙ୍ଗ ବିକାଶ ନୁହେଁ ବରଂ ଦୁର୍ନୀତି ଏବଂ ପରିବାରବାଦ ହିଁ ପ୍ରାଥମିକତା । ମା, ମାଟି ଏବଂ ମାନୁଷ ସବୁ ଆଜି ଟିଏମସିର କୁଶାସନ ଯୋଗୁ କାନ୍ଦୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.