ରିଜର୍ଭ ବ୍ୟାଙ୍କ ଦେଲେ ବଡ ଆଶ୍ଵସ୍ତି, ସବୁ ଲୋନ୍ ଉପରେ ୩ ମାସ ଯାଏଁ EMI କୋହଳ

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ, ୨୭।୦୩:  କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଭାରତୀୟ  ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଋଣ ନେଇଥିବା ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି। ହୋମ ଲୋନ୍ କରିଥିବା, କାର ଲୋନ୍, ପର୍ସନାଲ ଲୋନ୍, ଷ୍ଟଡି ଲୋନ ତଥା ଅନ୍ୟ ପ୍ରକାର ଲୋନ୍ କରିଥିବା ଗ୍ରାହକଙ୍କୁ ତିନି ମାସ ପର୍ଯ୍ୟନ୍ତ ଇଏମଆଇ ଭରିବାରୁ ଆଶ୍ଵସ୍ତି ମିଳିଛି। ଆରବିଆଇର ସୂଚନା ଅନୁଯାୟୀ ଜୁନ ୩୦ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଇଏମଆଇ ଭରିବାକୁ ପଡିବ ନାହିଁ। କିନ୍ତୁ କ୍ରେଡିଟ୍ କାର୍ଡ୍ ବ୍ୟବହାର କରୁଥିବା ଲୋକଙ୍କୁ ସଂପ୍ରତି ଏଥିରେ ଆଶ୍ଵସ୍ତି ମିଳିନାହିଁ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୌଦ୍ରିକ ସମୀକ୍ଷା ପରେ ଆଜି ବଡ ଘୋଷଣା କରି କହିଛନ୍ତି ଯେ ଟର୍ମ  ଲୋନ ନେଇଥିବା ସମସ୍ତ ଗ୍ରାହକଙ୍କୁ ତିନି ମାସ ପର୍ଯ୍ୟନ୍ତ ଇଏମଆଇ ଦେବାକୁ ପଡିବ ନାହିଁ। ଏହି ଲାଭ ସରକାରୀ ଏବଂ ଘରୋଇ କ୍ଷେତ୍ରର ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସହକାରୀ ବ୍ୟାଙ୍କ କିମ୍ବା କୌଣସି ହାଉସିଂ ବ୍ୟାଙ୍କରୁ ଲୋନ ନେଇଥିବା ଗ୍ରାହକଙ୍କୁ ମିଳିବ।

{"id":244803,"sizeSlug":"large"}

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଯଦି ଆପଣ କୌଣସି ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ ପ୍ରତି ମାସରେ ଇଏମଆଇ ଭରୁଛନ୍ତି ଏବଂ କୌଣସି କାରଣରୁ ସଂପ୍ରତି ପରିସ୍ଥିତିରେ ଆପଣ ଇଏମଆଇ ତିନି ମାସ ପର୍ଯ୍ୟନ୍ତ ଦେଇ ପାରୁ ନାହାନ୍ତି ତେବେ ଆପଣଙ୍କ ସିଭିଲ ସ୍କୋର ଉପରେ ଏହାର କୁପ୍ରଭାବ ପଡିବ ନାହିଁ । ଆପଣ ତିନି ମାସ ପରେ ନିଜର ଇଏମଆଇ ପୁଣି ଥରେ ଆରମ୍ଭ କରି ପାରିବେ ।

କ୍ରେଡିଟ୍ ଗ୍ରାହକଙ୍କୁ ମିଳିବ ନାହିଁ ଫାଇଦା

ଷ୍ଟେଟ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, କ୍ରେଡିଟ୍ କାର୍ଡର ବିଲ୍ ଟର୍ମ ଲୋନ ନୁହଁ ବରଂ ଏହା ଗ୍ରାହକଙ୍କ ସାମଗ୍ରୀ କ୍ରୟ କରିବାର ବିଲ୍ ଅଟେ। ଏହା ରିଜର୍ଭ ବ୍ୟାଙ୍କର ଘୋଷଣାରେ ସାମିଲ ନୁହଁ। ଯଦି କୌଣସି ଗ୍ରାହକ କ୍ରେଡିଟ୍ କାର୍ଡରେ ମୋଟା ଅଙ୍କର ଜିନିଷ କିଣି ଥିବେ ଏବଂ ଏହାକୁ ଇଏମଆଇରେ ପରିବର୍ତ୍ତି କରିଥିବେ ତେବେ ଏହା ସେମାନଙ୍କ ଉପରେ ଲାଗୁ ହେବ। ମାତ୍ର ଏଥିପାଇଁ ସମ୍ବନ୍ଧିତ ଅଥରିଟିଙ୍କର ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି।

ଉଲ୍ଲେଖନୀୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୦.୭୫  ପ୍ରତିଶତ ହ୍ରାସ କରିଛନ୍ତି । ଏହାର ଗୋଟିଏ ଦିନ ର୍ପୂରୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ୨୧ ଦିନିଆ ଲକଡାଉନର ମୁକାବିଲା ପାଇଁ ଏକ ଲକ୍ଷ ୭୦ ହଜାର କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.