ଜାନୁଆରୀ ୧ରୁ ଟୋଲ୍ ପ୍ଲାଜା ଅତିକ୍ରମ କରି ପାରିବେ ନାହିଁ ବିନା ଫାସ୍‌ଟ୍ୟାଗ୍ କାର, ୧ କି.ମି. ଦୂରରୁ ଅଟକାଇବ NHAI

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫।୧୨: ଜାନୁଆରୀ ୧ରୁ ହାଇଓ୍ଵେରେ କାରରେ ଯଦି ଯିବାକୁ ଚାହୁଁଛନ୍ତି ତେବେ ତା ପୂର୍ବରୁ ଫାସ୍‌ଟ୍ୟାଗ୍ ଅବଶ୍ୟ ଲଗାଇ ଦିଅନ୍ତୁ। ଡିସେମ୍ବର ୩୧ରୁ ରାତି ୧୨ଟା ପରେ ସମସ୍ତ ଟୋଲ୍ ପ୍ଲାଜାରେ କ୍ୟାସ୍ ନେବା ବନ୍ଦ ହୋଇଯିବ। ନ୍ୟାସନାଲ ହାଇଓ୍ଵେ ଅଥରିଟି ଅଫ ଇଣ୍ଡିଆ(NHAI) ଆଗ୍ରା ଆଖାପାଖ ସମସ୍ତ ଟୋଲ୍ ପ୍ଲାଜାରେ ଜାନୁଆରୀ ୧ରୁ ନଗଦ ଟଙ୍କା ନେବା ବନ୍ଦ କରିବାକୁ ଆଦେଶ ଜାରି କରିଛନ୍ତି।

ସରକାର ଜାନୁଆରୀ ୧ରୁ କ୍ୟାସ୍ ନେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ପର୍ଯ୍ୟନ୍ତ ବିନା ଫାସ୍‌ଟ୍ୟାଗ୍‌ ଥିବା ଗାଡିକୁ ଟୋଲ୍ ପ୍ଲାଜାରେ ନଗଦ ଦେବାକୁ  ପଡୁଛି। ମାତ୍ର ଏବେ ଏମିତି ହେବ ନାହିଁ।  ଏନଏଚଆଇ ପ୍ରକଳ୍ପ ପ୍ରବନ୍ଧକ  ଅରୁଣ ଯାଦବ କହିଛନ୍ତି, ଜାନୁଆରୀ ୧ରୁ ବିନା ଫାସ୍‌ଟ୍ୟାଗ୍ ଥିବା କାର ଟୋଲ୍ ପ୍ଲାଜାରେ ଅତିକ୍ରମ କରି ପାରିବେ ନାହିଁ। ଜାନୁଆରୀ ୧ରୁ ଟୋଲ୍ ପ୍ଲାଜାର ଏକ କିଲୋମିଟର ପୂର୍ବରୁ ବିନା ଫ୍ୟାସଟ୍ୟାଗ୍ ଗାଡିକୁ ଅଟକାଇ ଦିଆଯିବ। ସେମାନଙ୍କୁ ଟୋଲ୍ ପ୍ରବନ୍ଧନ ଦ୍ଵାରା ତିଆରି ଷ୍ଟଲ୍‌ରେ ଦୁଇ ଗୁଣ ଟଙ୍କା ଦେଇ ଫ୍ୟାସଟାଗ କିଣିବାକୁ ପଡିବ। ଏହା ପରେ ଯାଇ ସେମାନେ ଟୋଲ୍ ଅତିକ୍ରମ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.