ଜିଓର ପୁରୁଣା ପ୍ରିପେଡ୍‌ ପ୍ଲାନରେ କରିପାରିବେ ରିଚାର୍ଜ- ଜାଣନ୍ତୁ କେମିତି

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ ୧୯।୧୨ - ଜିଓ ନୂଆ ପ୍ରେପେଡ୍‌ ପ୍ଲାନ ଡିସେମ୍ବର ୬ ତାରିଖରୁ ଲାଗୁ ହୋଇଯାଇଛି । ଜିଓ ୩୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଥିଲା । ଅନ୍ୟ ମୋବାଇଲ୍‌ ସେବା ପ୍ରଦାନକାରୀ କମ୍ପାନୀମାନେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଦର ବୃଦ୍ଧି କରିଛନ୍ତି ।

{"id":199773,"width":582,"height":420,"sizeSlug":"large"}


ଆଗରୁ ଉପଭୋକ୍ତାମାନେ ଯେତିକି ସୁବିଧା ପାଇଁ କମ୍‌ ଟଙ୍କା ଦେଉଥିଲେ ଏବେ ସେତିକି ସେବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ମାତ୍ର ଏବେ ଏମିତି ଏକ ଉପାୟ ଅଛି ଯେଉଁଥିରେ ଜିଓ ଗ୍ରାହମାନେ ଅଧିକ ଟଙ୍କା ଦେବା ବଦଳରେ କମ୍‌ ଟଙ୍କାରେ ରିଚାର୍ଜ କରିପାରିବ ।

{"id":195672,"sizeSlug":"large"}


ଟେଲିକମ୍‌ଟକ ଓ ଆଜତକର ରିପୋର୍ଟ ଅନୁସାରେ ଏବେ କୌଣସି ଆକ୍ଟିଭ୍‌ ପ୍ଲାନ ନଥିବା ଗ୍ରାହକମାନଙ୍କୁ ଏହି ସୁବିଧା ମିଳିବ ।
ରିଲାଏନ୍ସ ଜିଓର ଅଧିକାରୀକ ବା ପ୍ରକୃତ ଓ୍ୱେବସାଇଟ୍‌ରେ ଆପଣ ପୁରୁଣମା ଦାମ୍‌ରେ ରିଚାର୍ଜ କରିପାରିବେ । ଏଠାରେ ଲଗ୍‌ଇନ୍‌ କଲେ ଆପଣଙ୍କୁ ପୁରୁଣା ପ୍ଲାନ ଦେଖାଇଭ ।

{"id":174667,"sizeSlug":"large"}

ଏହାର ମାନେ ରିଲାଏନ୍ସ ଜିଓ ନିଜର ଗ୍ରାହକମାନଙ୍କୁ ପୁରୁଣା ପ୍ଲାନରେ ରିଚାର୍ଜ କରିବା ପାଇଁ ସୁଯୋଗ ଦେଉଛି । ଯଦି ଆପଣ ଗତ କିଛି ଦିନ ତଳେ ରିଚାର୍ଜ କରିଛନ୍ତି ତେବେ ଆପଣଙ୍କୁ ଏହି ପୁରୁଣା ପ୍ଲାନର ତାଲିକା ମିଳିବ ନାହିଁ । ପୁରୁଣା ପ୍ଲାନ ପାଇଁ ଆପଣଙ୍କ ଜିଓ ଆକାଉଣ୍ଟରେ କୌଣସି ଆକ୍ଟିଭ ରାଟାର୍ଜ ନଥଇବା ଉଚିତ୍‌

{"id":193959,"sizeSlug":"large"}

ଇନ୍‌ଆକ୍ଟିଭ ବା ସକ୍ରିୟ ନଥିବା ଜିଓ ଗ୍ରାହକମାନେ ମୋବାଇଲ୍‌ ନମ୍ବର ଓ ଓଟିପି ମାଧ୍ୟମରେ ଲଗ୍‌ଇନ୍‌ କରି ପାରିବେ । ଏହାପରେ ସେଟିଙ୍ଗ ସେକ୍ସନକୁ ଯିବେ । ଏହାପରେ ଟାରିଫ୍‌ ପ୍ରୋଟେକସନ୍‌ ବଟନରେ କ୍ଲିକ୍‌ କରିବେ । ଏହାପରେ ଆପଣଙ୍କୁ ଜିଓର ପୁରୁଣା ପ୍ଲାନ ତାଲିକା ଦେଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.