ପୋର୍ଟ ହୋଇପାରିବ Fastag ଆକାଉଣ୍ଟ, ଜାଣନ୍ତୁ ଉପାୟ

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ ୨୧।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଯେବେଠାରୁ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଲେଣି, ସେବେଠୁ ଲୋକେ ଫାସଟାଗ୍‌କୁ ନେଇ ଚିନ୍ତାରେ ପଡିଛନ୍ତି। ଏଥିରେ ଅନେକ ଲୋକ ଏବେ ଜାଣିବାକୁ ଚାହାଁନ୍ତି ଫାସଟାଗ୍‌କୁ ପୋର୍ଟ କରିପାରିବେ କି ନା। ଯେବେଠୁ ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଫାସଟାଗ ସର୍ଭିସରୁ ବାହାର କରାଗଲାଣି ସେବେଠୁ ଅନେକ ଲୋକେ ପୋର୍ଟ କରିବାକୁ ଚାହୁଁଛନ୍ତି।

ତେବେ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ୩୦ଟି ବ୍ୟାଙ୍କକୁ ଫାସଟାଗ ସର୍ଭିସରୁ ବାହାର କରିଦେଇଛନ୍ତି। ବ୍ୟାଙ୍କ ଦ୍ୱାରା ନିୟମ ଉଲ୍ଲଂଘନ ପରେ ଏନଏଚଏଆଇ ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଆପଣ ଆପଣଙ୍କ ଫାସଟାଗ୍‌କୁ ପୋର୍ଟ କରାଇ ପାରିବେ। ଫାସଟାଗ୍ ପୋର୍ଟ କରିବାପାଇଁ ଆପଣ ଆପଣଙ୍କ ବ୍ୟାଙ୍କର କଷ୍ଟମର କେୟାର ସହିତ ସମ୍ପର୍କ କରି ପାରନ୍ତି। ଯଦି ଆପଣ ନୂଆ ଫାସଟାଗ୍ ନେବାକୁ ଚାହୁଁଥାନ୍ତି ତେବେ ଏଥିଲାଗି ଆପଣଙ୍କୁ ବ୍ୟାଙ୍କର ଅନଲାଇନ ଫାସଟାଗ୍ ଅପସନକୁ ଯାଇ ଆପ୍ଲାଇ କରିବାକୁ ହେବ।

{"id":911889,"width":838,"height":559,"sizeSlug":"full","linkDestination":"none"}

ଫାସଟାଗକୁ ପୋର୍ଟ କରିବା ପାଇଁ ଆପଣ କଷ୍ଟମର କେୟାରକୁ ଫୋନ କଲେ ସେତେବେଳେ ଆପଣଙ୍କୁ କିଛି କାଗଜପତ୍ର ଓ ଡିଟେଲସ୍‌ ଦେବାକୁ ହୋଇଥାଏ। ଏହି ସବୁ ସୂଚନା ଦେବା ପରେ ଆପଣ ସହଜରେ ଫାସଟାଗ୍ ପୋର୍ଟ କରିପାରିବେ। ଏନଏଚଏଆଇଙ୍କ ଫାସଟାଗ୍ ସର୍ଭିସେସ ଅନୁସାରେ ଦେଶର ୩୦ ବ୍ୟାଙ୍କରେ ଫାସଟାଗ୍ ସର୍ଭିସ ଉପଲବ୍ଧ।

ଫାସଟାଗ୍ ଏକ ଡିଭାଇସ୍। ଏଥିରେ ରେଡିଓ ଫ୍ରିକ୍ୱେନ୍ସୀ ଆଇଡେଣ୍ଟିଫିକେସନ (ଆରଏଫଆଇଡି) ଟେକ୍ନୋଲଜି ରହିଛି। ଏହା ଦ୍ୱାରା ଦ୍ରୁତବେଗରେ ଯାତ୍ରା କରୁଥିବା ଗାଡିର ଆକାଉଣ୍ଟରୁ ଡାଇରେକ୍ଟ ଟୋଲ ପେମେଣ୍ଟ ଡିଡକ୍ଟ ହୋଇଯାଏ। ଫାସଟ୍ୟାଗ୍ ଚିପ୍ ଗାଡିର ଆଗ କାଚରେ ଲାଗିଥାଏ। ଫାସଟାଗ୍ ସହିତ ବ୍ୟାଙ୍କ ଆକାଉଣ୍ଟ ଲିଂକ୍ ହୋଇଥାଏ। ଟୋଲ ପେମେଣ୍ଟସ୍ ଫାସଟାଗ ସହିତ ଲିଂକ୍ ବ୍ୟାଙ୍କ ଆକାଉଣ୍ଟରୁ କଟିଥାଏ। ଏନଏଚଏଆଇଙ୍କ ଫାସଟାଗ୍‌କୁ ଇଣ୍ଡିଆନ ହାଇୱେଜ୍ ମ୍ୟାନେଜମେଣ୍ଟ କମ୍ପାନୀ ପରିଚାଳନା କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.