ବିଚ୍‌ରେ ସେଲ୍ଫି ନେଲେ ମିଳିବ ମୃତ୍ୟୁ ଦଣ୍ଡ ! ଦୃଶ୍ୟ ଦେଖିଲେ ନିଜକୁ ସମ୍ଭାଳିବା କଷ୍ଟ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୬/୧୨: ଦୁନିଆରେ ଏମିତି ସ୍ଥାନ ଅଛି ଯାହା ଅତ୍ୟନ୍ତ ମନୋରମ। ନୂଆବର୍ଷ ପାଖେଇ ଆସିଲେ ଲୋକେ ବିଭିନ୍ନ ସ୍ଥାନକୁ ବୁଲି ଯାଆନ୍ତି। ମଉଜ ମସ୍ତି କରିବା ସହ ସେଲ୍ଫି ନେବାକୁ କେହି ଭୁଲନ୍ତି ନାହିଁ। ଆଧୁନିକ ଯୁଗରେ ମୋବାଇଲ ଓ ତା ସାଙ୍ଗକୁ ସେଲ୍ଫି ଦୈନନ୍ଦିନ ଜୀବନରେ ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ସମୁଦ୍ରକୂଳରେ ସେଲ୍ପି ନେବା ଫ୍ୟାସନରେ ପରିଣତ ହୋଇଛି। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଦେଶର କେଉଁ ଏକ ସୁନ୍ଦର ବିଚ୍‌କୁ ଯାଇଛନ୍ତି କିନ୍ତୁ ସେଠାରୁ ବିନା ସେଲ୍ଫିରେ ଫେରିବା ହୁଏତ ଅସମ୍ଭବ।

କିନ୍ତୁ ଏମିତି ଏକ ବିଚ୍‌ ଅଛି ଯେଉଁଠି ସେଲ୍ପି ନେଲେ ମୃତ୍ୟୁ ଦଣ୍ଡ ମିଳିପାରେ। ଥାଇଲ୍ୟାଣ୍ଡର ଏକ ବିଚ୍‌ ଅଛି ଯେଉଁଠି ସେଲ୍ଫି ନେବା ନିଷେଦ୍ଧ। ସରକାରଙ୍କ ନିୟମ ନମାନିଲେ ପର୍ଯ୍ୟଟକଙ୍କୁ ମୃତ୍ୟୁ ଦଣ୍ଡର ଶିକାର ହେବାକୁ ପଡ଼ିପାରେ। ଥାଇଲ୍ୟାଣ୍ଡର ଏହି ବିଚ୍‌ର ନାଁ ଫୁକେଟ୍‌ ଆଇଲ୍ୟାଣ୍ଡ। ଏହା ପାଖରେ ଏକ ଏୟାରପୋର୍ଟ ଅଛି ଯେଉଁଠି ସବୁ ବେଳେ ବିମାନ ଉଡ଼ାଣ ଓ ଅବତରଣ ଜାରି ରହିଥାଏ। ସେଥିପାଇଁ ସେଠାରେ ସେଲ୍ଫି ନନେବାକୁ ଅଧିକାରୀମାନେ ଚେତାବନୀ ଦେଇଛନ୍ତି।

ଅଧିକାରୀଙ୍କ କହିବା କଥା ହେଲା ପର୍ଯ୍ୟଟକ ସେଲ୍ଫି ନେଲେ ପାଇଲଟଙ୍କ ଧ୍ୟାନ ଭଙ୍ଗ ହେବା ଫଳରେ କୌଣସି ଅଘଟଣ ହୋଇପାରେ। ତେଣୁ କଡ଼ା ଚେତାବନୀ ଦେବା ସହ ନିୟମ ନମାନିଲେ ପର୍ଯ୍ୟଟକଙ୍କୁ ମୃତ୍ୟୁ ଦଣ୍ଡ ହୋଇପାରେ ବୋଲି ଅଧିକାରୀମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.