ରାଷ୍ଟ୍ରପତି ନିର୍ବାଚନ ୨୦୨୨: ପ୍ରାର୍ଥୀପତ୍ର ଦାଖଲକଲେ ୟଶବନ୍ତ ସିହ୍ନା, ଆସିଲେନି ମମତା ବାନାର୍ଜୀ

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ ୨୭।୬:  ରାଷ୍ଟ୍ରପତି ନିର୍ବାଚନ ଲାଗି  ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ୟଶବନ୍ତ ସିହ୍ନା ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏନସିପି ନେତା ଶରଦ ପାୱାର, ରାହୁଲ ଗାନ୍ଧି, ଅଖିଳେଶ ଯାଦବ ଓ ଫାରୁଖ ଅବଦୁଲ୍ଲାଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଗହଣରେ ଯାଇ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ସିହ୍ନାଙ୍କ ପ୍ରାର୍ଥୀପତ୍ର ଦାଖଲରେ ମମତା ବାନାର୍ଜୀ ଉପସ୍ଥିତରହିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ସେ କିନ୍ତୁ ଆସି ନଥିଲେ।

ଉଲ୍ଲେଖ ଯୋଗ୍ୟଯେ ରାଷ୍ଟ୍ରପତି ପଦ ଲାଗି ମିଳିତ ବିରୋଧୀ ଦଳଙ୍କ ପକ୍ଷରୁ ମମତା ବାନାର୍ଜୀ ୟଶବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ କରିଥିଲେ। ତେବେ ପୂର୍ବ ବର୍ଦ୍ଧମାନରେ ଏକ ଜନସମାବେଶ ଲାଗି ମମତା ୟଶବନ୍ତଙ୍କ ପ୍ରାର୍ଥୀପତ୍ରଦାଖଲରେ ଯୋଗ ଦେଇପାରି ନହାନ୍ତି। ୟଶବନ୍ତଙ୍କ  ପ୍ରାର୍ଥୀ ପତ୍ର ଦାଖଲରେ ମମତାଙ୍କ ଉପସ୍ଥିତିକୁ ନେଇ ସଂଶୟ ଲାଗି ରହିଥିଲା। କିଛି ଦିନ ପୂର୍ବରୁ ୟଶବନ୍ତ ସିହ୍ନା ମମତାଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ। ହେଲେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି।

ଏହା ପୂର୍ବରୁ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଦ୍ରୌପଦୀ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାଗି ପ୍ରସ୍ତାବକ ହୋଇଥିଲେ। ୟଶବନ୍ତ ସିହ୍ନା ମଧ୍ୟ ଦ୍ରୌପଦୀଙ୍କ ପରି ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.