ମୂର୍ତ୍ତି ଗାଏବ, ନିର୍ମାତା ନିଖୋଜ; ଯୋଗୀ ମନ୍ଦିରକୁ ନେଇ ଅଯୋଧ୍ୟାରେ ବିବାଦ

Published By : Prameya-News7 Bureau | September 27, 2022 IST

ଅଯୋଧ୍ୟା: ରାମଙ୍କ ନଗରୀ ଅଯୋଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯେଉଁ ମନ୍ଦିର ଚର୍ଚ୍ଚାକୁ ଆସିଥିଲା, ସେହି ମନ୍ଦିରରୁ ମୂର୍ତ୍ତି ଗାଏବ ହୋଇଥିବା ଖବର ସାମନାକୁ ଆସିଛି । ଏପରିକି ମନ୍ଦିର ନିର୍ମାଣ କରିଥିବା ୩୨ ବର୍ଷୀୟ ପ୍ରଭାକର ମୌର୍ଯ୍ୟ ମଧ୍ୟ ନିଖୋଜ ଅଛନ୍ତି । ତାଙ୍କ ମୋବାଇଲ ଫୋନ ଅଫ୍ ଅଛି।

ନିର୍ମାଣର ଗୋଟିଏ ସପ୍ତାହ ପରେ ରବିବାର ଠାରୁ ମନ୍ଦିର ମୂର୍ତ୍ତି ଗାଏବ ଥିବା ଜଣାପଡିଛି । ଅଯୋଧ୍ୟା ସୋହାୱାଲ ତହସିଲର ଅନ୍ତର୍ଗତ କଲ୍ୟାଣ ଭଦର୍ସା ଗାଁର ୨୭୦୦ ବର୍ଗ ଫୁଟ ଅଞ୍ଚଳରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣକୁ ନିର୍ମାଣ କରିଥିଲେ ପ୍ରଭାକର ମୌର୍ଯ୍ୟ । ଏପରି କି ମୂର୍ତ୍ତି ସାମନାରେ ପ୍ରଭାକରଙ୍କ ଦ୍ୱାରା ଆଳତୀ କରାଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା ।

ଏହାପରେ ଗତ ରବିବାର ମନ୍ଦିର କବାଟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମନ୍ଦିରର ମୂର୍ତ୍ତିକୁ ସ୍ଥାନୀୟ ପୋଲିସ ନେଇ ଯାଇଛି । ଅନ୍ୟପଟେ ଗ୍ରାମବାସୀଙ୍କ ଦାବିକୁ ପୋଲିସ ଏହାକୁ ଖଣ୍ଡନ କରିଛି ।

ପ୍ରଭାକରଙ୍କ ଦାଦା ରାମନାଥଙ୍କ ଚିଠିର ଗୋଟିଏ ସପ୍ତାହ ପରେ ମୂର୍ତ୍ତି ଏବଂ ପ୍ରଭାକର ଦୁହେଁ ଗଏବ ଅଛନ୍ତି । ରାମନାଥ ଏବଂ ପ୍ରଭାକରଙ୍କ ବାପା ଜଗନ୍ନାଥଙ୍କ ମଧ୍ୟରେ ଜମିକୁ ବିବାଦ ରହିଛି । ବିବାଦୀୟ ଜମିରେ ହିଁ ମନ୍ଦିର ନିର୍ମାଣ କରାଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଏବଂ ଅଯୋଧ୍ୟା ଜିଲ୍ଲାପାଳଙ୍କୁ ଲେଖିଥିବା ନିଜ ଚିଠିରେ ରାମନାଥ କହିଥିଲେ ଯେ ତାଙ୍କ ପୁତୁରା ସରକାରୀ ଜମି ଅଧିଗ୍ରହଣ କରିବା ପାଇଁ ମନ୍ଦିର ନିର୍ମାଣ କରିଛନ୍ତି । ରାମନାଥଙ୍କ ଅଭିଯୋଗ ଅନୁସାରେ, ଯେଉଁ ଜମିରେ ମନ୍ଦିର ନିର୍ମାଣ ହୋଇଛି ତାହା ଗ୍ରାମ ସମାଜର ଏବଂ ଏହା ରାଜ୍ୟ ସରକାରଙ୍କ ଅଧିନରେ ରହିଛି।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ରାଜସ୍ୱ ବିଭାଗର ଏକ ଟିମ ତଦନ୍ତ ପାଇଁ ଗାଁରେ ପହଞ୍ଚିଥିଲା । କିନ୍ତୁ ପହଞ୍ଚିବାର କିଛି ସମୟ ପୂର୍ବରୁ ମୂର୍ତ୍ତି ଗାଏବ ହୋଇଥିବା ଅଭିଯୋଗ ହୋଇଛି । ପ୍ରଭାକର ମଧ୍ୟ ନିଖୋଜ ଅଛନ୍ତି ଏବଂ ତାଙ୍କ ଫୋନ ଅଫ୍ ଥିବା ପୋଲିସ କହିଛି । ଏହାସହ ପ୍ରଭାକରଙ୍କ ପରିବାର ଲୋକଙ୍କ ଦାବି ସେ ନିଜେ ଏହି ମୂର୍ତ୍ତିକୁ ନେଇ କେଉଁଆଡେ ଚାଲି ଯାଇଥାଇପାରେ। ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗ ଭିତ୍ତିହୀନ ଏବଂ ତାହା ଗୁଜବ ବୋଲି ପୋଲିସ କହିଛି ।

ପ୍ରଭାକର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜଣେ ବଡ଼ ପ୍ରଶଂସକ । ନିଜର ୟୁଟ୍ୟୁବ ଚ୍ୟାନେଲରେ ସେ ସିଏମ ଯୋଗୀଙ୍କ ପାଇଁ ବହୁ ଗୀତ ମଧ୍ୟ ଗାଇଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.