ଦାନିସଙ୍କୁ ଯୋଗୀଙ୍କ କ୍ୟାବିନେଟରେ ମିଳିଲା ସ୍ଥାନ, କ'ଣ କହିଲେ ପୂର୍ବତନ ମନ୍ତ୍ରୀ ମହସିନ୍ ରାଜା ?

Published By : Prameya-News7 Bureau | March 26, 2022 IST

ନୂଆଦିଲ୍ଲୀ, ୨୬/୦୩:  ଯୋଗୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମୁସଲିମ ଚେହେରା ଥିବା ମହସିନ୍ ରାଜାଙ୍କୁ ଚଳିତ ଥର କ୍ୟାବିନେଟରେ ସ୍ଥାନ ମିଳିନାହି । ବିଜେପି ତାଙ୍କ ବଦଳରେ ଦାନିସ୍ ଆଜାଦ ଅନସାରୀଙ୍କୁ ସଂଖ୍ୟାଲଘୁ ମନ୍ତ୍ରୀ କରିଛନ୍ତି । ତେବେ ବହୁତ ଭାବି ଚିନ୍ତି କ୍ୟାବିନେଟ୍ ଗଠନ କରାଯାଇଥିବା ମନ୍ତ୍ରୀ ମଣ୍ଡଳରୁ ବାଦ୍ ପଡିଥିବା ପୂର୍ବତନ ମନ୍ତ୍ରୀ ରାଜା କହିଛନ୍ତି ।

ମହସିନ୍ ରାଜା କହିଛନ୍ତି ଯେ, ବିଜେପି ସଦାବେଳେ ପରିବର୍ତ୍ତନ କରିଥାଏ । ପ୍ରଥମେ ଦଳ ଜଣଙ୍କୁ କାମ ଦେଇଥିଲା । ଏବେ ଅନ୍ୟଜଣଙ୍କୁ ଦେଇଛି । ସେ ଦଳ ପାଇଁ କାମ କରୁଛନ୍ତି । ଆଗକୁ ବି କରିବେ । ଦଳ ଅନ୍ୟ ମୁସଲିମ ଚେହେରା ଉପରେ ବେଶୀ ଭରସା କରିଛି ।

ଅନସାରୀଙ୍କ କ୍ୟାରିଅର

ୟୁପିରେ ମୋଟ୍ ୫୨ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯିବ । ତେବେ କେବଳ ଜଣେ ମୁସଲିମ ଚେହେରା ଭାବେ ଅନସାରୀଙ୍କୁ ପଦ ମିଳିଛି ।

୩୨ ବର୍ଷୀୟ ଅନସାରୀ ଲକ୍ଷ୍ନୌ ୟୁନିଭର୍ସିଟିରେ ଏବିଭିପିର ଛାତ୍ର ନେତା ଥିଲେ । ଛାତ୍ର ଓ ଯୁବ ସଙ୍ଗଠକ ଭାବେ ସେ ୟୁପିରେ ଚର୍ଚ୍ଚାରେ ରହିଥିଲେ । ଏହାସହ ଦଳ ୨୦୨୨ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଥିଲା । ୨୦୧୮ରେ ତାଙ୍କୁ ଯୋଗୀ ସରକାର ଉର୍ଦୁ ଭାଷା କମିଟିର ସଦସ୍ୟ ମଧ୍ୟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.