ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କର୍ଣ୍ଣାଟକରେ ଯୋଗୀ ମୋଡେଲ୍ ! ମଦରସାର ସର୍ଭେ କରାଇବେ ବୋମ୍ମଇ ସରକାର, ଜାଣନ୍ତୁ ଉଦ୍ଦେଶ୍ୟ କ’ଣ ?

2/10/2022 at 5:45 PM

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଯୋଗୀ ମଡେଲ୍। ଚଳିତ ମାସରେ କର୍ଣ୍ଣାଟକ ଶିକ୍ଷା ବିଭାଗ ଦ୍ଵାରା ରାଜ୍ୟର ସମସ୍ତ ମଦରସାରେ ସର୍ବେକ୍ଷେଣ କରାଯିବାର ସମ୍ଭାବନା ରହିଛି। ସର୍ଭେ ଏହାର ସତ୍ୟାସତ୍ୟ ଜାଣିବାକୁ କରାଯାଉଛି ଯେ, ମଦରସାରେ ଶିକ୍ଷା ଅଧିକାର ଅଧିନିୟମ ଅନୁସାରେ ପିଲାଙ୍କୁ ଶିକ୍ଷା ଦାନ ଦିଆଯାଉଛି କି ନାହିଁ। ଗତ ମାସରେ ଉତ୍ତର ପ୍ରଦେଶ ସରକାର ଏହି ଧରଣର ଆଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ନେତୃତ୍ଵାଧୀନ ସରକାର ଶିକ୍ଷା ବିଭାଗକୁ ରାଜ୍ୟର ସମସ୍ତ ୯୬୦ ମଦରସାର ଗତିବିଧି ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ବିଭାଗର ଆୟୋଗଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟି ଅକ୍ଟୋବରରେ ସର୍ଭେ କାମ ଆରମ୍ଭ କରିବେ। ରିପୋର୍ଟ ଜମା କରିବା ପାଇଁ କୌଣସି ସମୟ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ଯେମିତି ରିପୋର୍ଟ ପ୍ରସ୍ତୁତ ହେବ ସରକାରଙ୍କୁ ପ୍ରଦାନ କରାଯିବ।

ଶିକ୍ଷା ବିଭାଗର ମନ୍ତ୍ରୀଙ୍କ ଅନୁଯାୟୀ, ଅଧିକାରୀମାନଙ୍କୁ ମଦରସା ଗସ୍ତ କରିବାକୁ କୁହାଯାଇଛି। ଏହା ଦ୍ଵାରା ଜଣା ପଡିବ ଯେ, ସହାୟତାପ୍ରାପ୍ତ, ଅଣ ସହାୟତାପ୍ରାପ୍ତ ଏବଂ ଘରୋଇ ମଦରସାରେ ଦିଆଯାଉଥିବା ଶିକ୍ଷାର ଅଧିକାର ଅଧିନିୟମ ଅନୁସାରେ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯାଉଛି କି ନାହିଁ। ଯଦି ନାହିଁ ତେବେ ପିଲାମାନଙ୍କୁ କେଉଁ ଧରଣର ଶିକ୍ଷା ପ୍ରଦାନ କରାଯାଉଛି।

   Related Posts