ଅନୁପମ ଶ୍ୟାମଙ୍କ ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କା ଦେବେ ଯୋଗୀ ସରକାର

Published By : Prameya-News7 Bureau | August 02, 2020 IST

ଲଖନଉ ୦୨/୦୮ : ଟିଭି କଳାକାର ଅନୁପମ ଶ୍ୟାମଙ୍କ ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି | ରାଜ୍ୟ ସରକାରଙ୍କ ପ୍ରବକ୍ତା ରବିବାର ଦିନ କହିଛନ୍ତି ଯେ ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବ | ଅନୁପମ ଶ୍ୟାମ ଶୀଘ୍ର ସୁସ୍ଥ ହେବା ନେଇ ଯୋଗୀ କାମନା କରିଛନ୍ତି |   

{"id":308998,"sizeSlug":"large"}

ଟିଭି ଧାରାବାହିକ ପ୍ରତିଜ୍ଞାରେ ସଜ୍ଜନ ସିଂହ ଭୂମିକାରେ ଅଭିନୟ କରିଥିବା ଅନୁପମ ଶ୍ୟାମଙ୍କ ଘର ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ | ସେ କିଡନୀ ରୋଗରେ ପୀଡିତ | କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି | କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ଚିକିତ୍ସା କରାଇବାକୁ ସେ ଅସମର୍ଥ ଥିଲେ | ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଛି | ସୋସିଆଲ ମିଡ଼ିଆରେ ତାଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ଅନୁପମ ଶ୍ୟାମଙ୍କ ପାଇଁ ଅନେକ କଳାକାର ନେତା ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି | ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ରଘୁରାଜ ପ୍ରତାପ ସିଂହ ତାଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.