ଯୋଗୀ ସରକାରଙ୍କ ବଡ଼ କ୍ୟାମ୍ପେନ୍: ୫୦ ବର୍ଷ ବୟସ ଟପିଥିବା ପୋଲିସଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର !

Published By : Prameya-News7 Bureau | October 28, 2023 IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସୁରକ୍ଷା ବଳକୁ ଆହୁରି ମଜଭୁତ କରିବାକୁ ଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ୟୁପି ପୋଲିସରେ ୫୦ ବର୍ଷ ବୟସ ଟପିଲେ ପୋଲିସ କର୍ମୀ ଓ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଏନେଇ କ୍ୟାମ୍ପେନିଂର ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁସାରେ  ୨୦୨୩ ମସିହା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ୫୦ ବର୍ଷ ବୟସର ପୋଲିସ୍ କର୍ମଚାରୀଙ୍କୁ ସେମାନଙ୍କ ପୂର୍ବ ରେକର୍ଡର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ପଡିବ। ତେବେ ଏହି ମୂଲ୍ୟାଙ୍କନ ପ୍ରକାଶ କରିବ ଯେ ପୋଲିସ୍ ବାଧ୍ୟତାମୂଳକ ଅବସର ପାଇଁ ଯୋଗ୍ୟ କି ନୁହେଁ। ଏଡିଜି ସଞ୍ଜୟ ସିଙ୍ଗଲ ସମସ୍ତ ଆଇଜି ରେଞ୍ଜ, ଏଡିଜି ଜୋନ୍, ୭ ପୋଲିସ କମିଶନର ଏବଂ ସମସ୍ତ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଥାଉକି ପୋଲିସ କର୍ମଚାରୀଙ୍କ ପୂର୍ବ ଟ୍ରାକ୍‌ ରେକର୍ଡକୁ ଅତି ସାବଧାନତାର ସହ ସମୀକ୍ଷା କରିବା ପରେ ନିଷ୍ପତ୍ତି ନେବାକୁ କୁହାଯାଇଛି।   ଏପରି ଅଧିକାରୀଙ୍କୁ ପୋଲିସ୍‌ ହେ଼ଡ୍‌କ୍ୱାଟର୍‌ଙ୍କୁ ପଠାଇ ଦିଆଯିବ। ଏପରିକି ୨୦ ନଭେମ୍ବର ସୁଦ୍ଧା ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ନୀତି ଏବଂ ଦୁଷ୍କର୍ମ ଅଭିଯୋଗରେ ଥିବା ପୋଲିସ୍ କର୍ମଚାରୀ ବାଧ୍ୟତାମୂଳକ ଅବସର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯିବାର ସମ୍ଭାବନା ରହିଛି। ପୂର୍ବରୁ ପୋଲିସ ଫୋର୍ସରୁ ବରଖାସ୍ତ ହୋଇଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଡିଜି ସ୍ତରୀୟ ଅଫିସର୍‌ ଅଧିକାରୀଙ୍କ ଟ୍ରାକ ରେକର୍ଡକୁ ମୂଲ୍ୟାଙ୍କନ କରି ନିଷ୍ପତ୍ତି ନେବାକୁ ସହଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.