କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଭକ୍ତଙ୍କୁ ବାରଣ

Published By : Prameya-News7 Bureau | November 19, 2021 IST

ଆଠଗଡ଼, ୧୯/୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗୀ ବେଶ ଦର୍ଶନ ଦେଉଛନ୍ତି  ବାବା ଧବଳେଶ୍ୱର ରାଜ୍ୟ ସରକାରଙ୍କ କୋଭିଡ କଟକଣା ପାଇଁ ଏହି ଦେବ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠକୁ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି  କାର୍ତ୍ତିକ ପୂର୍ଣ୍ଣିମରେ ମଧ୍ୟ ସଂପୂର୍ଣ୍ଣ  ଭାବେ ପୀଠକୁ ୧୪୪ ଧାରା ଜାରି କରିବା ସହିତ ଭକ୍ତ , ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀ ମାନଙ୍କୁ ପୀଠକୁ ନଆସିବା ପାଇଁ  ବାରଣ କରାଯାଇଛି ।

wp:html https://youtu.be/oECgh7Q9NS0 /wp:html

କେବଳ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାରର ରୀତିନୀତି ସମ୍ପନ୍ନ କରାଯାଇଛି । ରାତ୍ର ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର  ଜଳରେରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ସକାଳ ଧୂପ ଆଦି ସମସ୍ତ ରୀତିକାନ୍ତି ପୂଜକ ସମିତି ପକ୍ଷରୁ ସମ୍ପନ୍ନ କରାଯାଇଛି । ଚଳିତ ବର୍ଷ କରୋନା କଟକଣା ପାଇଁ ବାବା ଧବଳେଶ୍ବର  ବିନା ଭକ୍ତରେ ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.