UP: ଯୋଗୀଙ୍କ ଶପଥ ଗ୍ରହଣ ଲାଗି ଯୋଗକାରକ ହେଉନାହାନ୍ତି 'ଗ୍ରହ ନକ୍ଷତ୍ର', ଆଉ ୪ ଦିନ ହୋଇପାରେ ବିଳମ୍ବ

Published By : Prameya-News7 Bureau | March 18, 2022 IST

ଲକ୍ଷ୍ନୌ ୧୮।୩:  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଛି। ଯୋଗୀ ଆଦିତ୍ୟନାଥ ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ହେଲେ ପଦପଦବୀ ଅଳଙ୍କୃତ କରିବା ଲାଗି ଯୋଗକାରକ ଗ୍ରହ ବୃହସ୍ପତି ଏବେ ଅସ୍ତ ଅଛନ୍ତି। ଏଣୁ ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବ ବିଳମ୍ବିତ ହୋଇ ହୋଇ ଚାଲିଛି। ପୂର୍ବରୁ କୁହାଯାଉଥିଲା ହୋଲି ପରେ ମାର୍ଚ୍ଚ ୨୧ ତାରିଖ ଦିନ ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବେ। ଏବେ ଏଥିରେ ଆଉ ୪ ଦିନ ବିଳମ୍ବ ହେବ ବୋଲି ଏବେ କୁହାଗଲାଣି।

{"id":601784,"sizeSlug":"full","linkDestination":"none"}

ଯୋଗୀ ଦ୍ୱିତୀୟବାର ସରକାର ନିମନ୍ତେ ଦାୟିତ୍ୱଗ୍ରହଣ କରିବା ଲାଗି ପ୍ରଥମେ ଶୁଭ ଯୋଗ ଅପେକ୍ଷାରେ ଥିଲେ। ଏଥିରେ ଏବେ ବିଧାନପରିଷଦ ନିର୍ବାଚନ ମଝିକୁ ପଶି ଆସିଛି। ବିଧାନପରିଷଦ ନିର୍ବାଚନ ଲାଗି ମାର୍ଚ୍ଚ ୨୧ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଏଣୁ ବିଧାନ ପରିଷଦ ପ୍ରାର୍ଥୀପତ୍ର ଦାଖଲ ସରିବା ପରେ ମାର୍ଚ୍ଚ ୨୨ ତାରିଖ ଦିନ ବିଧାୟକ ଦଳର ନେତା ମନୋନୟନ ବୈଠକ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ହେବ। ଯୋଗୀଙ୍କୁ ସର୍ବସମ୍ମତ ନେତା ସ୍ୱୀକାର କରାଗଲେ ସେ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

{"id":601775,"width":840,"height":546,"sizeSlug":"full","linkDestination":"none"}

ଅନ୍ୟପକ୍ଷରେ ଯୋଗୀ ଶୁଭ ଯୋଗ ଅପେକ୍ଷାରେ ଥିବା କୁହାଯାଉଛି। ଗତ ଫେବୃଆରୀ ମାସରେ କେତେକ ଗ୍ରହଣ ଚଳନ ହୋଇଥିଲେ। ଏଥିରେ ରବି ଗ୍ରହଙ୍କ କୁମ୍ଭ ରାଶିକୁ ଆଗମନ ଯୋଗୁ ଏଠାରେ ଅବସ୍ଥାନ କରୁଥିବା ବୃହସ୍ପତିଙ୍କୁ ଭାରତୀୟ ଜ୍ୟୋତିଷି ଶାସ୍ତ୍ରରେ ଅସ୍ତ ମନେ କରାଯାଉଛି। ବୃହସ୍ପତି ପୁଣି ମାର୍ଚ୍ଚ ୨୦ ତାରିଖ ପୂର୍ବାହ୍ନ ୯ଟା ବାଜି ୩୫ ମିନିଟ୍‌ରେ କୁମ୍ଭ ରାଶିରେ ଉଦୟ ହେବେ। ଏଣୁ  ବୃହସ୍ପତିଙ୍କ ଉଦୟ ପର୍ଯ୍ୟନ୍ତ ଦେଶରେ ବିବାହ, ନିର୍ବନ୍ଧ ଭଳି ଧାର୍ମିକ ଅନୁଷ୍ଠାନ ସମେତ ନୂଆ ବ୍ୟବସାୟ, ଘରର ନିଅଁ ପକାଇବା ଓ ନୂଆ ନିବେଶ ଆଦି ବର୍ଜିତ ରହିଛି।

{"id":601785,"width":840,"height":707,"sizeSlug":"full","linkDestination":"none"}

ତେବେ ବୃହସ୍ପତିଙ୍କ ଏପରି ଅବସ୍ଥାକୁ ଆଞ୍ଚଳିକ ବା ସ୍ଥାନୀୟ ଭାଷାରେ ତାରା ବୁଡିଯିବା କୁହାଯାଏ। ଏଣୁ ଏପ୍ରିଲ ୧୫ ପରେ ହିଁ ବିବାହ, ନିର୍ବନ୍ଧ, ନୂତନ ଗୃହ ନିମନ୍ତେ ନିଅଁ ଖୋଳା, ଘର ପ୍ରତିଷ୍ଠା ଆଜି ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇପାରିବ। ତେବେ ତାରା ବୁଡିଥିବା ବେଳେ ହୋଇଥିବା ନିର୍ବାଚନରେ ଯୋଗୀ ବାଜିମାତ କରିଛନ୍ତି। ଏଣୁ ଶୁଭ ଯୋଗରେ ଅର୍ଥାତ ଗୁରୁ ଗ୍ରହଙ୍କ ଉଦୟ ପରେ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓ ସେହି ଅନୁସାରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିବେ ବୋଲି ଏବେ କୁହାଯାଉଛି।

{"id":601776,"width":839,"height":550,"sizeSlug":"full","linkDestination":"none"}

ତେବେ ଦଳ ପକ୍ଷରୁ ଅଧିକାରୀକ ଭାବେ ଏପରି କିଛି କୁହାଯାଇ ନଥିଲେ ହେଁ ତାଙ୍କ ନିକଟତମ ମହଲରୁ ଏପରି ସୂଚନା ଆସୁଛି। ମାର୍ଚ୍ଚ ୨୨ ତାରିଖ ବେଳକୁ ବୃହସ୍ପତି ଗ୍ରହଙ୍କ ଉଦୟ ହୋଇସାରିଥିବ। ହୁଏତ ସେ ବାଳୁତ ଅବସ୍ଥାରେ ରହିଥାଇପାରନ୍ତି ହେଲେ ଏହି କାଳରେ ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.