ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ-‘ସନାତନ ଧର୍ମ ଭାରତର ରାଷ୍ଟ୍ର ଧର୍ମ’, ଜାଣନ୍ତୁ କ’ଣ କହିଲେ କଂଗ୍ରେସ ନେତା ଉଦିତ ରାଜ?

28/01/2023 at 6:52 PM

ଲକ୍ଷ୍ନୌ ୨୮।୧: ଦେଶରେ ସନାତନ ଧର୍ମକୁ ନେଇ ଜାରି ତର୍କ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ଼ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସନାତନ ଧର୍ମକୁ ସେ ଭାରତର ରାଷ୍ଟ୍ରୀୟ ଧର୍ମ ବୋଲି କହିଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥରୁ ଉଠି ଆମେ ଆମେ ରାଷ୍ଟ୍ରୀୟ ଧର୍ମ ସହ ସଂଯୁକ୍ତ ହୁଏ ବୋଲି ଆଦିତ୍ୟ ନାଥ କହିଛନ୍ତି। ସେ କହିଛନ୍ତି ଯେ ଆମର ‘ସନାତନ ଧର୍ମ’ ଭାରତର ‘ରାଷ୍ଟ୍ରଧର୍ମ’। ଯଦି ଆମେ ରାଷ୍ଟ୍ର ଧର୍ମ ସହ ସଂଯୁକ୍ତ ହେଉଛେ ତେବେ ଦେଶ ସୁରକ୍ଷିତ ହେବ।

ଆମର ଧର୍ମସ୍ଥଳଗୁଡିକୁ ଭଙ୍ଗାଯାଉଥିଲେ ବି ସେଗୁଡିକର ପୁନନିର୍ମାଣ ମଧ୍ୟ ହେଉଛି। ଅଯୋଧ୍ୟାରେ ୫୦୦ ବର୍ଷ ପରେ ରାମ ମନ୍ଦିରର ନିର୍ମାଣ ହେଉଛି, ଦିବ୍ୟ ଓ ଭବ୍ୟ ମନ୍ଦିର ହେଉଛି। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହା ମଧ୍ୟ କହିଛନ୍ତି ଯେ କୌଣସି କାଳ ଖଣ୍ଡରେ ଯଦି ଆମର ଧର୍ମ ସ୍ଥଳ ଅପବିତ୍ର କରାଯାଇଛି ତେବେ ସେଗୁଡିକର ପୁନସ୍ଥାପନା ଲାଗି ଦେଶରେ ଏକ ଅଭିଯାନ ମଧ୍ୟ ଚଳାଯାଉ। ଏହି ଅଭିଯାନ କ୍ରମରେ ଆପଣ ଦେଖି ପାରୁଥିବେ ଅଯୋଧ୍ୟାରେ ୫୦୦ ବର୍ଷ ପରେ ମୋଦିଜୀଙ୍କ ଉଦ୍ୟମରେ ରାମ ମନ୍ଦିରର ନିର୍ମାଣ କାମ ଏବେ ପୁରା ହେବାକୁ ଯାଉଛି।

ଆଜି ଭାରତର ଜାତୀୟ ମନ୍ଦିର ରାମ ମନ୍ଦିର ରୂପେ ସ୍ଥାପିତ ହେବାକୁ ଯାଉଛି। ମୋତେ କହିବାକୁ ଖୁସି ଲାଗୁଛି ଆଗାମୀ ୧ ବର୍ଷ ମଧ୍ୟରେ ରାମ ଲଲା ତାଙ୍କ ମନ୍ଦିରରେ ବିରାଜମାନ କରିଥିବେ। ତେବେ ଯୋଗୀଙ୍କ ବୟାନରେ କଂଗ୍ରେସ ନେତା ଉଦିତ ରାଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ସନାତନ ଧର୍ମ ଭାରତର ରାଷ୍ଟ୍ରଧର୍ମ ତେବେ ଶିଖ୍, ଜୈନ, ବୌଦ୍ଧ, ନିରଂକାର, ଇସାୟୀ ଓ ଇସ୍ଲାମ ଧର୍ମ ଦେଶରୁ ସମାପ୍ତ ହୋଇଗଲା? ଏ ନେଇ ତାଙ୍କୁ ନାନା ପ୍ରଶ୍ନ ଆସୁଥିବା ଉଦିତ ରାଜ କହିଛନ୍ତି।

ସେ କହିଛନ୍ତି ଯେ ଗତ କାଲି କିଛି ପରିଚିତ ବୌଦ୍ଧ ଧର୍ମୀ ବନ୍ଧୁମାନେ ଫୋନ କରିଥିଲେ। ସନାତନ ଧର୍ମ ଯଦି ରାଷ୍ଟ୍ରୀୟ ଧର୍ମ ତେବେ ଆମର କଣ ହେବ ବୋଲି ପ୍ରଶ୍ନ କରିଥିଲେ। ତେବେ ସନାତନ ଧର୍ମର ଅସ୍ତିତ୍ୱକୁ ଅସ୍ୱୀକାର କରାଯାଇ ନପାରେ। ଏଣୁ ପ୍ରସଙ୍ଗରେ ଯୋଗୀଜୀଙ୍କୁ ହିଁ ପଚାରିନେବା ଶ୍ରେୟସ୍କର ହେବ । କାରଣ ବୌଦ୍ଧିକ ବିମର୍ଷ ତ ହେବା କଥା ବୋଲି ସେ କହିଛନ୍ତି।

   Related Posts