ଲକ୍ଷ୍ନୌ୧୭।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବୁଧବାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନ ଯାଇଛନ୍ତି। ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନାକୁ ନେଇ ଏବେ ବିଭିନ୍ନ ପ୍ରକାର ଅଙ୍କକଷା ଆରମ୍ଭ ହୋଇଯାଇଛି। କୁହାଯାଉଛି ଉତ୍ତରପ୍ରଦେଶ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ। ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଏକ ପୁସ୍ତକ ମଧ୍ୟ ଉପହାର ଦେଇଛନ୍ତି।
#WATCH | Uttar Pradesh CM Yogi Adityanath meets Governor Anandiben Patel in Raj Bhavan, Lucknow. pic.twitter.com/os5S6ZgzI9
— ANI (@ANI) July 17, 2024
ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ ଜାରି ରହିଛି। ଏହି ନିର୍ବାଚନରେ ବିଜେପିକୁ ରାଜ୍ୟରୁ ଯେପରି ସଫଳତାର ଆଶା ଥିଲା ତାହା ମିଳି ନାହିଁ। ଦୁଇ ଦିନ ପୂର୍ବରୁ ଲକ୍ଷ୍ନୌରେ ଅନୁଷ୍ଠିତ ବିଜେପି ୱାର୍କିଂ କମିଟି ବୈଠକରେ ମଧ୍ୟ ନିର୍ବାଚନ ଫଳାଫଳକୁ ନେଇ ସାମ୍ନାକୁ ଅଲଗା ଅଲଗା ବୟାନ ଆସିଥିଲା। ଏଥିରୁ ପାର୍ଟି ଓ ସରକାର ମଧ୍ୟରେ ଫାଟ ବଢୁଥିବା କଥା କୁହାଯାଇଥିଲା।
#WATCH उत्तर प्रदेश के मुख्यमंत्री योगी आदित्यनाथ राज्यपाल आनंदीबेन पटेल से मुलाकात करने लखनऊ स्थित राजभवन पहुंचे। pic.twitter.com/bzkcvjwM7s
— ANI_HindiNews (@AHindinews) July 17, 2024
ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ମନ୍ତ୍ରୀମାନଙ୍କ ସହିତ ରାଜ୍ୟରେ ହେବାକୁ ଥିବା ୧୦ ଆସନରେ ଉପନିର୍ବାଚନ ନେଇ ଆଲୋଚନା କରିଛନ୍ତି ଓ ମନ୍ତ୍ରୀମାନଙ୍କୁ ନିର୍ବାଚନରେ ସେମାନଙ୍କ ଦାୟିତ୍ୱ ଦେଇଛନ୍ତି। ଏଥିରେ ଯୋଗୀ ତାଙ୍କ ମନ୍ତ୍ରୀମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳିରେ ସପ୍ତାହକୁ ଅନ୍ତତଃ ୨ ଦିନ ଓ ରାତ୍ରିଯାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆକଳନ କରାଯାଉଛି ନିର୍ବାଚନ ପୂର୍ବରୁ ପ୍ରଦେଶ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ। ଏଣୁ ମୁଖ୍ୟମନ୍ତ୍ରୀଙ୍କ ରାଜଭବନ ଗସ୍ତକୁ ଏବେ ଏହା ସହ ମିଶାଇ ଦେଖାଯାଉଛି।