ଜ୍ଞାନବାପିକୁ ମସଜିଦ କହୁଛନ୍ତି, ହେଲେ ସେ ସାକ୍ଷାତ ‘ବିଶ୍ୱନାଥ’: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

Published By : Prameya-News7 Bureau | September 14, 2024 IST

ଲକ୍ଷ୍ନୌ ୧୪।୯: ବାରଣାସୀସ୍ଥିତ ଜ୍ଞାନବାପି ପରିସରକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଜ୍ଞାନବାପିକୁ ଆଜି ଲୋକେ ଅନ୍ୟଅର୍ଥରେ ମସଜିଦ୍ କହୁଛନ୍ତି, କିନ୍ତୁ ଅସଲରେ ଜ୍ଞାନବାପି ସାକ୍ଷାତ ‘ବିଶ୍ୱନାଥ’ ଅଟନ୍ତି। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ‘ଆଚାର୍ଯ୍ୟ ଆଦି ଶଙ୍କର ତାଙ୍କ ଅଦ୍ୱୈତ ଜ୍ଞାନରେ ପରିପୂର୍ଣ୍ଣ ହୋଇ ପରବର୍ତ୍ତି ସାଧାନା ନିମନ୍ତେ ଆସିବା ବେଳେ ଏଠାରେ ସାକ୍ଷାତ ବିଶ୍ୱନାଥ ତାଙ୍କର ପରୀକ୍ଷା ନେବାକୁ ଇଛା କରିଥିଲେ’। 

ଯୋଗୀ କହିଛନ୍ତି ଯେ ଦିନେ ପ୍ରାତଃ କାଳରେ ଆଦି ଶଙ୍କର ଗଙ୍ଗାସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ ସେତେବେଳେ ସେଠାରେ ସବୁଠୁ ଅଛୁଆଁ କୁହାଯାଉଥିବା ଜଣେ ସାଧାରଣ ବ୍ୟକ୍ତିଭାବେ ବିଶ୍ୱନାଥ ତାଙ୍କ ସମ୍ମୁଖରେ ଉଭା ହୋଇଯାଇଥିଲେ। ଏଥିରେ ଆଦି ଶଙ୍କରଙ୍କ ମୁହଁରୁ ହଟ ମୋ ରାସ୍ତାରୁ ବାହାରି ପଡିଥିଲା। ଅଛୁଆଁ ଲୋକଟି ଆଦି ଶଙ୍କରଙ୍କୁ ଏକ ପ୍ରଶ୍ନ କରିଥିଲା, ‘ଆପଣ ତ ଆପଣଙ୍କୁ ଅଦ୍ୱୈତ ଜ୍ଞାନର ବିଶେଷଜ୍ଞ ଭାବନ୍ତି, ଆପଣ କାହାକୁ ହଟାଇବାକୁ ଚାହାଁନ୍ତି, ଆପଣଙ୍କ ଜ୍ଞାନ କଣ ଏହି ଭୌତିକ ଶରୀରକୁ ଦେଖୁଛି, ନା ଭୌତିକ ଶରୀରରେ ଥିବା ବ୍ରହ୍ମକୁ ଦେଖୁଛି?, ଯଦି ବ୍ରହ୍ମ ସତ୍ୟ ଯେଉଁ ବ୍ରହ୍ମ ଆପଣଙ୍କ ମଧ୍ୟରେ ଅଛି ସେହି ବ୍ରହ୍ମ ମୋ ଭିତରେ ବି ଅଛି’। 


ଏହି ବ୍ରହ୍ମ ସତ୍ୟକୁ ଜାଣି ମଧ୍ୟ ଯଦି ଆପଣ ଏହି ବ୍ରହ୍ମକୁ ପଦାଘାତ କରନ୍ତି ଏହାର ଅର୍ଥ ଆପଣଙ୍କ ଜ୍ଞାନ ସତ୍ୟ ନୁହେଁ। ଚାଣ୍ଡାଳ ମୁହଁରୁ ଏପରି କଥା ଶୁଣି ସେଦିନ ଆଦି ଶଙ୍କର ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କହିଥିଲେ ଆପଣ କିଏ? ମୁଁ ଜାଣିବାକୁ ଚାହୁଁଛି। ଏହାର ଜବାବରେ ଚାଣ୍ଡାଳ କହିଥିଲେ ଆପଣ ଯେଉଁ ଜ୍ଞାନବାପିର ସାଧନା ପାଇଁ , ଦୁର୍ଭାଗ୍ୟକୁ ସେହି ଜ୍ଞାନବାପିକୁ ଆଜି ମସଜିଦ୍ କୁହାଯାଉଛି, ହେଲେ ସେହି ଜ୍ଞାନବାପି ସାକ୍ଷାତ ବିଶ୍ୱନାଥ। ଯେଉଁ ଜ୍ଞାନବାପି ସାଧାନା ପାଇଁ କେରଳରୁ ଚାଲିଚାଲି ଏତେବାଟ ଆସିଛନ୍ତି, ମୁଁ ଏହାର ସାକ୍ଷାତ ସ୍ୱରୂପ ବିଶ୍ୱନାଥ। 


ବାବା ବିଶ୍ୱନାଥଙ୍କ ଉତ୍ତର ଶୁଣି ଆଦି ଶଙ୍କର ତାଙ୍କ ସମ୍ମୁଖରେ ମୁଣ୍ଡ ନୁଆନ୍ତି ଓ ଏହା ସହିତ ତାଙ୍କର ପଶ୍ଚାତାପ ହୁଏ ଯେ ଏହି ଭୌତିକ ଅସ୍ପୃଶ୍ୟତା କେବଳ ସାଧନା ମାର୍ଗରେ ନୁହେଁ ଜାତୀୟ ଏକତା ଓ ଅଖଣ୍ଡତା ପାଇଁ ମଧ୍ୟ ବଡ଼ ବାଧା। ଯଦି ଏହି ବଡ଼ ବାଧାକୁ ଆମ ସମାଜ ସେବେଠୁ ବୁଝି ପାରିଥାନ୍ତା ତେବେ ଏହି ଦେଶ କେବେ ପରାଧୀନ ହୋଇ ନଥାନ୍ତା ବୋଲି ଯୋଗୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.