ଗୁଜରାଟରେ ଚାଲିବ କି ଯୋଗୀ ମ୍ୟାଜିକ୍, କ୍ୟାମ୍ପେନ କମାଣ ସମ୍ଭାଳିଲେ ଆଦିତ୍ୟନାଥ

Published By : Prameya-News7 Bureau | November 27, 2022 IST

ଗାନ୍ଧିନଗର: ଗୁଜରାଟରେ ବିଧାନସଭା ନିର୍ବାଚନ । କ୍ୟାମ୍ପେନରେ କମ୍ପୁଛି ବିଭିନ୍ନ ନିର୍ବାଚନ ମଣ୍ଡଳୀ । ମତଦାନ ପୂର୍ବରୁ ଭୋଟରଙ୍କ ସମର୍ଥନ ଲୋଡ଼ୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେପି ନିଜର ଅଭେଦ୍ୟ ଗଡ଼ରେ ପୁଣି ଥରେ ବିଜୟ ବାନା ଉଡ଼ାଇବାକୁ ଜୋରଦାର ପ୍ରୟାସ ଜାରି ରଖିଛି । ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ ନେତା । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବଳ କଷୁଥିବାବେଳେ ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାମ୍ପେନ କମାଣ ସମ୍ଭାଳିଛନ୍ତି ।  

ଗୁଜରାଟରେ ଡିସେମ୍ବର ପହିଲାରେ ବିଧାନସଭା ନିର୍ବାଚନ । ପ୍ରଚାର ପାଇଁ ହାତରେ ମାତ୍ର ଦୁଇ ଦିନ ବାକି । ସ୍ବଳ୍ପ ସମୟରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଜେପି ୧୬୦ଜଣିଆ ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନରେ କମ୍ପୁଛି ଗୁଜରାଟ । ପ୍ରଚାରରେ ମୋର୍ଚ୍ଚା ସମ୍ଭାଳିଛନ୍ତି ହେଭିଓ୍ବେଟ୍ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଲୋଡୁଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ଅନ୍ୟପଟେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ । ଯୋଗୀ ଆଦିତ୍ୟନାଥ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଯୋଗୀ ମୋରବୀ ନିକଟସ୍ଥ ଓ୍ବାଙ୍କାନାରରେ ପ୍ରଚାର କରିଛନ୍ତି । ରାଲିରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ବୁଲଡୋଜର ବାବା କହି ସମ୍ବୋଧିତ କରିଛନ୍ତି ସମର୍ଥକ । ଡବଲ ଇଞ୍ଜିନ ସରକାରରେ ବିକାଶ ସମ୍ଭବ ବୋଲି ଯୋଗୀ କହିଛନ୍ତି ।

ଗୁଜରାଟରେ କିଛି ଗୁରୁତ୍ବପୂର୍ଣ୍ଣ ସିଟ୍ ବିଜେପି ଫୋକସରେ ରହିଛି । ଏହି ଆସନ ଗୁଡିକରେ ପ୍ରଚାର ଦାୟିତ୍ବ ଯୋଗୀ ଆଦିତ୍ୟନାଥଙ୍କୁ ଦିଆଯାଇଛି । ବିଶେଷ କରି ମୁସଲିନ୍ ଭୋଟର ଅଧିକ ଥିବା ଅଞ୍ଚଳରେ ପ୍ରଚାରକୁ ଜୋରଦାର କରିଛନ୍ତି ଯୋଗୀ । ଅନ୍ୟପଟେ ୟୁପି ଡେପ୍ୟୁଟି ସିଏମ୍ ମଧ୍ୟ କ୍ୟାମ୍ପରେ ଯୋଡ଼ି ହୋଇଛନ୍ତି । ଉତ୍ତର ପ୍ରଦେଶରୁ ଆସି ଗୁଜରାଟରେ ରହୁଥିବା ଲୋକଙ୍କ ସମର୍ଥନ ଲୋଡ଼ୁଛନ୍ତି ଯୋଗୀ ଆଦିତ୍ଯନାଥ ।

 ଗୁଜରାଟରେ ଡିସେମ୍ବର ୧ ଓ ୫ ତାରିଖରେ ବିଧାନସଭା ନିର୍ବାଚନ । ତେବେ ଏଠାରେ ମୋଦି ଏବଂ ଯୋଗୀ ମ୍ୟାଜିକ୍ ଚାଲିବ କି ନାହିଁ ତାହା ମତଦାନ ପରେ ଜଣାପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.