oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଯୋଗୀଙ୍କ ନୂଆ ସରକାରରେ ୪ ଉପ ମୁଖ୍ୟମନ୍ତ୍ରୀ ! ଦିନେଶ ଶର୍ମାଙ୍କୁ ସଂଗଠନରେ ମିଳିପାରେ ବଡ଼ ଦାୟୀତ୍ୱ

12/03/2022 at 6:27 PM

ନୂଆଦିଲ୍ଲୀ ୧୨/୦୩: ୪୦୩ ବିଧାନସଭା ଆସନରୁ ୨୫୫ ବିଜୟୀ ହୋଇଥିବା ବିଜେପି ପୁଣି ଥରେ ଏକାକୀ ୟୁପିରେ ସରକାର ଗଠନ କରିବାକୁ ଯାଉଛି। ୩୭ ବର୍ଷ ପରେ ଇତିହାସ ରଚିଥିବା ବିଜେପି ଯୋଗୀଙ୍କ ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତିରେ ଲାଗିଛି। ଅନୁମାନ କରାଯାଉଛି ମାର୍ଚ୍ଚ ୨୦ ପରେ ନୂତନ ସରକାର ଶପଥ ନେଇପାରେ। ହୋଲି ପରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ନୂଆ ସରକାରରେ ଆହୁରି ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଅର୍ଥାତ ଏଠର ଯୋଗୀ ସରକାରରେ ୪ ଉପ ମୁଖ୍ୟମନ୍ତ୍ରୀ।

ୟୁପିର ରାଜନୈତିକ ମହଲରେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାରି ଜଣଙ୍କ ନାଁ ବେଶ ଚର୍ଚ୍ଚାରେ ରହିଛି। ବେବୀ ରାନୀ ମୌର୍ଯ୍ୟ, ବ୍ରିଜେଶ ପାଠକ, ସ୍ୱତନ୍ତ୍ର ଦେବ ସିଂ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବା ଉପରେ ଚର୍ଚ୍ଚା ହେଉଛି। ଏହାଛଡା ଯୋଗୀ ମନ୍ତ୍ରିମଣ୍ଡଳରେ ଅନେକ ନୂଆ ଚେହେରାଙ୍କୁ ମଧ୍ୟ ସାମିଲ କରାଯାଇପାରେ।  

ସୂତ୍ର ଅନୁସାରେ ଯୋଗୀ ସରକାରର ପ୍ରଥମ କ୍ୟାବିନେଟରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦିନେଶ ଶର୍ମାଙ୍କୁ ନୂତନ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇ ସଂଗଠନରେ ବଡ଼ ଦାୟୀତ୍ୱ ଦିଆଯାଇପାରେ । ପାର୍ଟି ସୂତ୍ର ଅନୁସାରେ ସିରାଥୁ ଆସନରୁ ପରାଜିତ ହୋଇଥିବା କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପୁଣି ଥରେ ଯୋଗୀ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ଉପରେ ଚର୍ଚ୍ଚା ଚାଲିଛି।  

ଆସନ୍ତାକାଲି ଯୋଦୀ ଆଦିତ୍ୟନାଥ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବେ। କୁହାଯାଉଛି ୟୁପିରେ ଶପଥ ଗ୍ରହଣ କାର୍ଯ୍ୟ ପାଇଁ ବିଜେପିର ସଂଗଠନ କିଛି ତାରିଖ କେନ୍ଦ୍ରୀୟ ନେତୃତ୍ୱ ନିକଟକୁ ପଠାଇଛି। ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଶପଥ ଗ୍ରହଣ ତାରିଖରେ ଚୂଡାନ୍ତ ମୋହର ମରାଯିବ।

ୟୁପିରେ ଯୋଗୀ ସରକାରଙ୍କ ୨.୦ର ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ବରିଷ୍ଠ ନେତା ସାମିଲ ହୋଇପାରନ୍ତି। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି।  

   Related Posts