ବିଶାଳ ଶୋଭାଯାତ୍ରାରେ ଆସି ସିପିଆଇଏମ ଦଳରୁ ନାମାଙ୍କନ ଭରିଲେ ଯୋଗାନନ୍ଦ ଦାଶ

Published By : Prameya-News7 Bureau | May 09, 2024 IST

ନୀଳଗିରି ୯।୫: ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ଗୁରୁବାର ସିପିଆଇଏମ ଦଳ ତରଫରୁ ନାମାଙ୍କନ ଦାଖଲ କରାଯାଇଛି । ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ପଟୁଆରରେ ବାହାରି ସିପିଆଇଏମ ପ୍ରାର୍ଥୀ ଯୋଗାନନ୍ଦ ଦାଶ ହଜାର ହଜାର ସମର୍ଥକଙ୍କ ସହ ସହର ପରିକ୍ରମା କରିଥିଲେ । ତାଙ୍କ ସହ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିପିଆଇଏମର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ସୀତାନସୁ ସେନାପତି, ଜିଲ୍ଲା ସମ୍ପାଦକ ଶିଶିର ହୁଇ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ ପାତ୍ର, ଜ୍ୟୋତିର୍ମୟୀ ରାଉତ, ମହିଳା ନେତ୍ରୀ ତାପସି ପ୍ରହରାଜ, ଗଙ୍ଗାଧର ମହାନ୍ତି, ଭଗବାନ ମହାନ୍ତି, ପ୍ରାଣବନ୍ଧୁ ଦାସ, ସତ୍ୟଜିତ ଦାସ, ହେମେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ନୀଳଗିରି ଉପଜିଲ୍ଲାପାଳଙ୍କ ଠାରେ ଯୋଗାନନ୍ଦ ଦାଶ ନାମାଙ୍କନ ଭରିଥିଲେ ।

You Can Read :

ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ, କହିଲେ- ମୁଁ ଲଢ଼ୁନାହିଁ, ଲଢ଼ୁଛନ୍ତି ସ୍ୱାଭିମାନୀ ଭଦ୍ରକବାସୀ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.