AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ସ୍ତନ କର୍କଟରୁ ମୃତ୍ୟୁ ଆଶଙ୍କା କମ୍ କରୁଛି ଯୋଗ… ପ୍ରଧାନମନ୍ତ୍ରୀ ମଧ୍ୟ କଲେ ଚର୍ଚ୍ଚା, ଜାଣନ୍ତୁ କ’ଣ କହୁଛି ଗବେଷଣା.

25/12/2022 at 6:17 PM

ନୂଆଦିଲ୍ଳୀ, ୨୫/୧୨: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷର ଶେଷ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛି। ଏହି ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦ୍ବାରା ସ୍ତନ କର୍କଟରୁ ଆରୋଗ୍ୟ ହେଉଥିବା ନେଇ କହିଛନ୍ତି। ସେ କହିଛନ୍ତି ଟାଟା ମେମୋରିଆଲ ସେଣ୍ଟର ଦ୍ବାରା କରାଯାଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି ସ୍ତନ କର୍କଟ ରୋଗୀଙ୍କ ପାଇଁ ଯୋଗ ବହୁତ ପ୍ରଭାବୀ।

ସୂଚନାଯୋଗ୍ୟ, ଟାଟା ମେମୋରିଆଲ୍ ସେଣ୍ଟର ତରଫରୁ କରାଯାଇଥବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍ତନ କର୍କଟର ଚିକିତ୍ସାରେ ଯୋଗ ବହୁତ ଲାଭଦାୟକ ହୋଇଥାଏ। ଗବେଷଣା ପାଇଁ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସାରେ ଯୋଗକୁ ସାମିଲ କରାଯାଇଥିଲା। ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ସ୍ତନ କର୍କଟ ରୋଗୀଙ୍କୁ ଯୋଗରୁ ସୁଫଳ ମିଳୁଛି। ଏହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଛି ଏବଂ ମୃତ୍ୟୁ ଆଶଙ୍କା ମଧ୍ୟ କମ୍ ହେଉଛି। ଯୋଗକୁ ସାମିଲ୍ କରିବା ଦ୍ବାରା ରୋଗ ୧୫ ପ୍ରତିଶତ ରୋଗୀ ରୋଗ ମୁକ୍ତ ହେବାବେଳେ ହାରାହାରି ୧୪ ପ୍ରତିଶତ ସୁସ୍ଥ ହେଉଛନ୍ତି।

ଆମେରିକାରେ ପ୍ରସ୍ତୁତ ହୋଇଛି ଗବେଷଣା:

ଆମେରିକାରେ ଆୟୋଜିତ କରାଯାଇଥିବା ବିଶ୍ବର ସବୁଠୁ ପ୍ରତିଷ୍ଠିତ ସ୍ତନ କର୍କଟ ସମ୍ମିଳନୀ ମଧ୍ୟରୁ ଗୋଟିଏ ସାନ୍ ଆଣ୍ଟୋନିଓ ବ୍ରେଷ୍ଟ କ୍ୟାନ୍ସର ସମ୍ମିଳନୀ (SABCS) ରେ ଡା ନୀତା ନାୟର ସ୍ପଟଲାଇଟ୍ ରିସର୍ଚ୍ଚ ପେପର ପ୍ରସ୍ତୁତ କରିଥିଲେ। ଏଥିରେ ସ୍ତନ କର୍କଟରୁ ସୁସ୍ଥ ହେବା ପାଇଁ ଯୋଗକୁ ସାମିଲ୍ କରିବାର ଐତିହାସିକ ପ୍ରଶିକ୍ଷଣ ପ୍ରଭାବ ପ୍ରସ୍ତୁତ କରାଯାଇଥିଲା। ସ୍ତନ କର୍କଟର ଚିକିତ୍ସା ପାଇଁ ଯୋଗ ପ୍ରେଟୋକୋଲରେ ବିଶ୍ରାମ ଏବଂ ପ୍ରାଣାୟମର ନିୟମିତ ଅବଧି ସହ ବିଭିନ୍ନ ଆସନ ଏବଂ ସ୍ବାସ୍ଥ୍ୟକର ଆସନକୁ ସାମିଲ୍ କରାଯାଇଥିଲା। ଏହି ଆସନକୁ ଯୋଗ୍ୟ ଏବଂ ଅନୁଭବୀ ଯୋଗ ପ୍ରଶିକ୍ଷକଙ୍କ ଦ୍ବାରା ଲାଗୁ କରାଯାଇଥିଲା।

ପ୍ରାଣାୟମ ଏବଂ ବିଭିନ୍ନ ଆସନକୁ କରାଯାଇଛି ସାମିଲ୍:

ସ୍ତନ କର୍କଟ କେବଳ ଭାରତରେ ନୁହେଁ ବରଂ ବୈଶ୍ବିକ ସ୍ତରରେ ମହିଳାଙ୍କୁ ପ୍ରଭାବିତ କରୁଥିବା ସାଧାରଣ କ୍ୟାନ୍ସର ରୋଗ। ଏହାକୁ ନେଇ ମହିଳାମାନେ ଅଧିକ ଚିନ୍ତିତ ରହିଥାନ୍ତି। ମହିଳାମାନେ କ୍ୟାନ୍ସରର ବିପଦ ଏବଂ ଏହାର ଦୁଃଷ୍ପ୍ରଭାବ ଏବଂ ଏହା ସହ ଲଢ଼ିବା ଚିନ୍ତାକୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି। ଆଶ୍ବସ୍ତିକର ଖବର ଏହା ଯେ ପରିଶ୍ରମ ଏବଂ ଦୃଢ଼ତାର ସହ ଯୋଗ ଅଭ୍ୟାସ ଦ୍ବାରା ଏହା ସହ ଲଢ଼ିବା ସହଜ ହେଉଛି।  ଯୋଗ ଏହି ରୋଗର ପୁନରାବୃତ୍ତି ଏବଂ ଏହା ଯୋଗୁଁ ହେଉଥିବା ମୃତ୍ୟୁ ଆଶଙ୍କା ୧୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଛି।

   Related Posts