ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟେୁର୍ବେଦକୁ କଡ଼ା ଭର୍ତ୍ସନା କରିଛନ୍ତି। ଏଲୋପାଥିକ ଔଷଧକୁ ନେଇ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ଉପରେ କମ୍ପାନିକୁ ତାଗିଦ୍ କରିବା ସହ ନିଜର ଔଷଧ ବିଷୟରେ ଭୁଲ୍ ଦାବି ନକରିବାକୁ ପରାମର୍ଶ ଦେଇଥିଲେ।
ଖାଲି ସେତିକି ନୁହେଁ ଅଦାଲତ କହିଥିଲେ ଯେ, ‘‘ଯଦି ରୋଗ ଠିକ୍ କରିବାରେ ଆପଣଙ୍କ ଉତ୍ପାଦ ଭୁଲ୍ ପ୍ରମାଣିତ ହେଲା ତେବେ ୧୦୦ କୋଟିର ଜରିମାନା ଲଗାଯିବ।’’ ଆଉ ଏବେ ଏହାକୁ ନେଇ ରାମଦେବ ବାବାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବୁଧବାର ହରିଦ୍ବାରରେ ରାମଦେବ ବାବା କହିଛନ୍ତି ‘‘ଯଦି ଆମେ ଭୁଲ୍ ପ୍ରମାଣିତ ହେବୁ। ତେବେ ଆମ ଉପରେ ୧୦୦ ନୁହେଁ ବରଂ ୧୦୦୦ କୋଟିର ଜରିମାନା ଲଗାଇବେ।’’
wp:html/wp:html#WATCH | Haridwar, Uttarakhand: Yog Guru Swami Ramdev says, "Since yesterday, on different media sites, one news story has gone viral that the Supreme Court (SC) reprimanded Patanjali. SC said that if you do false propaganda, then you will be fined... We respect SC. But we are… pic.twitter.com/goYHV337QM
— ANI (@ANI) November 22, 2023
ବାବା ରାମଦେବ କହିଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ, ସୁପ୍ରିମକୋର୍ଟ ପତଞ୍ଜଳିକୁ ତାଗିଦ୍ କରିଛନ୍ତି ଯେ, ମିଥ୍ୟା ପ୍ରୋପାଗଣ୍ଡା କଲେ କୋଟି କୋଟି ଟଙ୍କାର ଜରିମାନା ଲାଗିବ। ଆମେ ସୁପ୍ରିମକୋର୍ଟଙ୍କ ସମ୍ନାନ କରୁଛୁ। କିନ୍ତୁ ଆମେ ମିଥ୍ୟା ପ୍ରଚାର କରୁନାହୁଁ। ଡାକ୍ତରଙ୍କ ଏଭଳି ଗୋଷ୍ଠୀ ଏଭଳି ସଂସ୍ଥା ତିଆରି କରିଛନ୍ତି ଯାହା ପ୍ରଚାର କରୁଛି ଯେ, ରକ୍ତଚାପ, ସୁଗାର, ଥାଇରଏଡ ଏବଂ ଲିଭର ଭଳି ରୋଗର ଚିକିତ୍ସା ନାହିଁ। ସେମାନେ ଆମର ସଂସ୍କୃତି ଏବଂ ସନାତନ ମୂଲ୍ୟର ବିରୋଧରେ ମଧ୍ୟ କହୁଛନ୍ତି। କିନ୍ତୁ ଆମ ପାଖକୁ ହଜାର ହଜାର ରୋଗୀ ଆସୁଛନ୍ତି ତାଙ୍କଠାରୁ ପ୍ରମାଣ ମିଳୁଛି।’’
ସେହିଭଳି ପତଞ୍ଜଳି ମୁଖ୍ୟ କହିଛନ୍ତି ‘‘ଯଦି ଆମେ ଭୁଲ୍ କହୁନାହୁଁ ତେବେ ଆମେ ଉପରେ କ’ଣ ଜରିମାନା ଲାଗିବ ? ଏହା ତ’ ସେମାନଙ୍କ ଉପରେ ଲାଗିବା ଦରକାର ଯେଉଁମାନେ ମିଥ୍ୟା କହୁଛନ୍ତି ଏବଂ ମିଥ୍ୟା ପ୍ରଚାର କରୁଛନ୍ତି। ଯୋଗ, ଆୟୁର୍ବେଦ ଏବଂ ନ୍ୟାଚୁରୋପାଥୀକୁ ମିଥ୍ୟା ପ୍ରମାଣିତ ପାଇଁ ପ୍ରଚାର କରାଯାଉଛି।’’
ଆହୁରି ପଢ଼ନ୍ତୁ: ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍, ଏକ କୋଟିର ଜରିମାନା ନେଇ ଦେଲେ ଚେତାବନୀ
ସୂଚନାଯୋଗ୍ୟ, କରୋନା ସମୟରୁ ହିଁ ପତଞ୍ଜଳି ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ମଧ୍ୟରେ ବିବାଦ ରହିଛି। ବାବା ରାମଦେବଙ୍କ ଅନେକ ବୟାନକୁ ନେଇ ଆଇଏମଏ ଅସନ୍ତୋଷ ପ୍ରକାଶ କରିଥିଲା। ଏମିତିକି ସେ ଏଲୋପାଥିର ଅପମାନ କରିଥିବା ନେଇ ଅଭିଯୋଗ ଲଗାଇଥିଲା ଆଇଏମଏ। ଅନେକ ବିବାଦ ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଉ ମଙ୍ଗଳବାର ଭାରତୀୟ ମେଡିକାଲ ଆସୋସିଏସନର ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟ ଏହି କଡ଼ା ଟିପ୍ପଣୀ କରିଥିଲେ।