ନାରୀର ସୌନ୍ଦର୍ଯ୍ୟ ବଢାଏ ମୁଦ୍ରା, ତ୍ଵଚାର ଚମକ ପାଇଁ ନିୟମିତ କରନ୍ତୁ ଏହି ଯୋଗ

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଳୀ ୧୨।୦୮: ନାରୀଙ୍କ ସୁନ୍ଦରତା ହେଉଛି ତ୍ୱଚା । ପ୍ରତି ମହିଳାଙ୍କର ରହିଛି ଦୁର୍ବଳତା । ଅବଶ୍ୟ ବୟସ ବଢିବା ସହ ତ୍ୱଚାର ଚମ୍‌କ ଆପେ ଆପେ କମିବାରେ ଲାଗେ ।ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ଏହା ପାଇଁ ମୁଖ୍ୟତଃ ଦାୟୀ । ଏଥିପାଇଁ ଯେତେ କସ୍‌ମେଟିକ୍‌ ବ୍ୟବହାର କଲେ ମଧ୍ୟ କିଛି ଲାଭ ହୋଇ ନଥାଏ । କାରଣ କସ୍‌ମେଟିକ୍‌ କେବଳ ବାହ୍ୟ ଆବରଣ ବହନ କରେ । ତ୍ୱଚାରେ ଚମ୍‌କ ପାଇଁ ଭିତରୁ ସୁସ୍ଥ ରହିବା ଜରୁରୀ । ଏଥିପାଇଁ ପ୍ରତିଦିନ ଯୋଗ କରିବା ଉଚିତ୍‌। ଯୋଗରେ କେତେକ ମୁଦ୍ରା ରହିଛି, ଯାହାକୁ ନିୟମିତ କରିବା ଦ୍ୱାରା ମହିଳାମାନେ ଭିତରୁ ସୁସ୍ଥ ହେବା ସହ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ।

ଆଖି ପାଇଁ : ବେକକୁ ସିଧା ରଖି ଆଖିକୁ ଡ୍ୟାନ୍ସିଂ ବଲ୍‌ ପରି ବୁଲାନ୍ତୁ । ଯେପରିକି ଘଣ୍ଟା କଣ୍ଟା ଘୂରିବା ଦିଗରେ, ଏହାର ବିପରୀତ ଦିଗରେ, ଉପର ଓ ତଳ ଭାବେ ଆଖିକୁ ଘୂରାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଆଖି ସବୁବେଳେ ସତେଜ ଓ ସୁଢୋଳ ରହିଥାଏ ।

ଗାଲ ପାଇଁ : ପାଟି ଭିତରେ ପବନ ପୂରାଇ ଗାଲକୁ ବେଲୁନ୍‌ ପରି ଫୁଲାନ୍ତୁ । ଏହି ସ୍ଥିତିରେ ଗାଲକୁ ହାଲ୍‌କା ହାତରେ ସ୍ପର୍ଶ କରନ୍ତୁ । ଏହି ପ୍ରକ୍ରିୟାକୁ ୩/୪ ମିନିଟ୍‌ ଯାଏ କରନ୍ତୁ ।

ସିଂହ ମୁଦ୍ରା : ଏହି ମୁଦ୍ରା କରିବା ପାଇଁ ପ୍ରଥମେ ଭୂମି ଉପରେ ଦୁଇ ହାତକୁ ରଖନ୍ତୁ । ଏବେ ବେକକୁ ଉପରକୁ ଉଠାଇ ଜିଭକୁ ବାହାରକୁ ଆଣନ୍ତୁ, ଠିକ୍‌ ସିଂହ ପରି । ଏହି ସମୟରେ ଆଖିକୁ ବଡ଼ କରିନିଅନ୍ତୁ ।

ମାଛ ମୁହଁ ମୁଦ୍ରା : ଗାଲ ଭିତରକୁ ଟାଣି ମୁହଁକୁ ମାଛ ମୁହଁ ଆକାରର କରନ୍ତୁ । ଏହା ତ୍ୱଚାର ଡବଲ ଚିନ୍‌ ସମସ୍ୟା ଦୂର କରିଥାଏ ।

ତ୍ୱଚାର ଟୋନିଂ ପାଇଁ : ବେକକୁ ସାମାନ୍ୟ ଉପରକୁ ଉଠାଇ ପାଟିକୁ ଚୁମ୍ବନ ମୁଦ୍ରାରେ ରଖନ୍ତୁ । ଏହି ମୁଦ୍ରାରେ ୩୦ ସେକେଣ୍ଡ ଯାଏ ରହନ୍ତୁ । ଏହି ଅଭ୍ୟାସ ଫଳରେ ତ୍ୱଚାର ଟୋନିଂ ହୋଇଥାଏ ।

ଧ୍ୟାନ ମୁଦ୍ରା :ବୁଦ୍ଧଙ୍କ ପରି ଆଖିକୁ ବନ୍ଦ କରି ପଦ୍ମାସନ ମୁଦ୍ରାରେ ବସିପଡନ୍ତୁ । ଏହି ମୁଦ୍ରାରେ ୧୦ରୁ  ୨୦ ମିନିଟ୍‌ ଯାଏ ରୁହନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆସିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.