ବିଶ୍ୱ ଯୋଗ ଦିବସ, ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଯୋଗ କଲେ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ

Published By : Prameya-News7 Bureau | June 21, 2022 IST

ପୁରୀ ୨୧।୦୬: ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପୁରୀ ବ୍ଲୁଫ୍ଲାଗ ବିଚରେ ପାଳିତ ହୋଇଛି ଯୋଗ ଦିବସ । ଏହି ଅବସରରେ କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ଏହି ଯୋଗ ଶିବିରରେ ପୁରୀର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ଯୋଗ ପ୍ରେମୀ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କ ଉପସ୍ଥିତିରେ ହଜାର ହଜାର ଯୋଗ ପ୍ରେମୀ ଯୋଗାଭ୍ୟାସ କରିଥିଲେ। ଏହି ଶିବିରରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପୁରୀ ଓ ବ୍ରହ୍ମଗିରି ବିଧାୟକ, ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର, ନାରି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.