ନର୍କଠୁ କମ ନୁହେଁ ଏହି ଜେଲ୍‌, ୧୮ ଘଣ୍ଟା ଖଟିବା ପରେ ଖାଇବାକୁ ମିଳେ ଜୀଅନ୍ତା ସାପ ଓ ମୂଷା

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧/୦୩:  ଦୁନିଆରେ ଏମିତି ସବୁ ଜେଲ୍‌ ରହିଛି ଯେଉଁଠି କଏଦୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଏ। ନିର୍ଯାତନା ସାଙ୍ଗକୁ ୧୮-୨୦ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ ମଧ୍ୟ କରାଯାଏ। ଏହା ପରେ ବି ଭୋକ ଲାଗିଲେ ଖାଇବାକୁ ଗଣ୍ଡେ ମିଳେନାହିଁ। ଏଠାକାର ଖାଦ୍ୟ କହିଲେ ବଞ୍ଚିଲା ସାପ ଏବଂ ମୂଷା। ଏମିତି ଏକ ଜେଲ୍‌ ଆମେରିକାର ଗ୍ବାନ୍ତାନାମୋ ବେ। ଏହି ଜେଲ୍‌କୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ହୁଏ। ଏଥିପାଇଁ ଆମେରିକାରୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।

ଏହା ବ୍ୟତୀତ ଉତ୍ତରକୋରିଆରେ ଥିବା ୟୋଡୋକୋ କନସେଣ୍ଟଟ୍ରେସନ୍‌ କ୍ୟାମ୍ପକୁ ବି ଭୟଙ୍କର ଜେଲ୍‌ ଲିଷ୍ଟରେ ସାମିଲ କରାଯାଇଛି। ଏଠାରେ କଏଦୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଏ। ଜେଲ୍‌ ଭିତରେ ଘଟୁଥିବା ଘଟଣା ଜେଲରୁ ଖସି ପଳାଇଆସିଥିବା କଏଦୀଙ୍କ ପାଖରୁ ମିଳେ। ଜାତିସଂଘ ଏବଂ ଏମନେଷ୍ଟି ଇଣ୍ଟରନ୍ୟାସନାଲ୍‌ର ରିପୋର୍ଟ ବି ସମାନ ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସ୍ୟାଟେଲାଇଟ୍‌ ଚିତ୍ରକୁ ବି ବିଚାରକୁ ନିଆଯାଉଛି। ଉତ୍ତରକୋରିଆର ଏହି ଜେଲ୍‌ରେ ମହିଳାମାନଙ୍କ ସହିତ ଦୁଷ୍କର୍ମ ଏବଂ ଗର୍ଭପାତ ଭଳି ମାମଲାରେ ଖୁଲାସା ହୋଇଛି।

ଜେଲ୍‌ରେ କଏଦୀଙ୍କୁ ୧୮ ଘଣ୍ଟା ଲୋଖାଏଁ ପରିଶ୍ରମ କରିବାକୁ ବାଧ୍ୟ କରାଯାଏ। ଜଙ୍ଗଲରୁ କାଠ ଆଣିବାକୁ କୁହାଯାଉଥିବା ବେଳେ ଖସି ଯିବାକୁ କୌଣସି ବାଟ ନଥାଏ। ପ୍ରତି ସ୍ଥାନ​‌ରେ ସୁରକ୍ଷାକର୍ମୀ ରାଇଫଲ, ଗ୍ରେନେଡ୍‌ ଧରି ଛିଡ଼ା ହୋଇଥାନ୍ତି। ଲୁଚି ପଳାଇବାକୁ ଚେଷ୍ଟା କରୁଥିବା କଏଦୀଙ୍କୁ କେବଳ ମୃତ୍ୟୁ ଦଣ୍ଡ ହିଁ ମିଳିଥାଏ। ଏହା ସହ ସୁରକ୍ଷା ଦାୟିତ୍ବରେ ଭୟଙ୍କର କୁକୁର ରହିଛନ୍ତି। ଜେଲ୍‌ରେ ୧୦ ବର୍ଷ ରହିବା ପରେ ସେଠାରୁ ଖସି ଆସିବାକୁ ସକ୍ଷମ ହୋଇଥିବା ଜଣେ କଏଦୀ କାଙ୍ଗ ଶିୟୋଲ ଜେଲ ଭିତର କଳା କାହାଣୀ ବଖାଣିଥିଲେ।

ସେଠାରେ ଏମିତି କଏଦୀ ଅଛନ୍ତି ଯାହାଙ୍କ ପରିବାର ମଧ୍ୟ ଜେଲ୍‌ରେ ଅଛନ୍ତି। ସେମାନଙ୍କ ଚିନ୍ତାଧାରା ସରକାରଙ୍କ ବିପକ୍ଷରେ ବୋଲି ସନ୍ଦେହ କରି ସେମାନଙ୍କୁ ଉତ୍ତରକୋରିଆ ପୋଲିସ ଗିରଫ କରିଆଣନ୍ତି। ଜେଲ୍‌ରେ ବିଦେଶୀ କଏଦୀଙ୍କ ଅବସ୍ଥା କହିଲେ ନସରେ। ସେମାନଙ୍କ ଖାଇବା ପାଇଁ ୧୮୦ ଗ୍ରାମ କର୍ଣ୍ଣ ଦିଆଯାଏ। ଯଦି ଏହା ପରେ କୌଣସି କଏଦୀ ଭୋକ ହେଉଛି ବୋଲି କୁହାନ୍ତି ତେବେ ତାଙ୍କୁ ଜୀଅନ୍ତା ସାପ-ମୂଷା ଖାଇବା ପାଇଁ ଦିଆଯାଏ।

ଉତ୍ତରକୋରିଆର ଏହି ଜେଲ୍‌ରୁ ମୁକ୍ତି ପାଇଥିବା ଜଣେ ମହିଳା କଏଦୀ କିଛି ଦିନ ତଳେ ନିଜର ବେଦନା ବ୍ୟକ୍ତ କରିଥଲେ। ଜେଲ ଭିତରେ ତାଙ୍କୁ କେବଳ ମାଡ ମରାଯାଇଥିଲା ତାହା ନୁହେଁ ବରଂ ଶବ ସତ୍କାର ପାଇଁ ଗାତ ଖୋଳିବାକୁ କୁହାଯାଇଥିଲା। ତାଙ୍କର ଭୁଲ ଥିଲା ଯେ, ସେ ଦକ୍ଷିଣ କୋରିଆ ଯାଇ ନିଜ ଭଉଣୀଙ୍କୁ ଉତ୍ତରକୋରିଆ ବିରୋଧରେ କହିଥିଲେ। ଏହା ପରେ ମହିଳାଙ୍କ ସମେତ ପୂରା ପରିବାରକୁ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.