ୟେସ୍ ବ୍ୟାଙ୍କ୍ ସଙ୍କଟ ପାଇଁ ଶ୍ରୀମନ୍ଦିର ଟଙ୍କା ଚିନ୍ତା : ୫୪୫କୋଟି ଟଙ୍କା କେମିତି ଆଉ କେବେ ଫେରିବ?

Published By : Prameya-News7 Bureau | March 06, 2020 IST

ପୁରୀ  ୬/୩: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିିଆ  ଏବେ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି । ଏହି ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକ ଏବେ ଚିନ୍ତାରେ । ସେପଟେ, ଏହି ଘରୋଇ ବ୍ୟାଙ୍କରେ ପୁରୀ  ଜଗନ୍ନାଥ ମହାପ୍ରଭୁଙ୍କ ଜମାଥିବା ୫୪୫କୋଟି ଟଙ୍କା କିପରି ଫେରସ୍ତ ଆସିବ ତାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

{"id":233931,"sizeSlug":"large"}

ଶ୍ରୀଜିଉଙ୍କ ୫୪୫ କୋଟି ଟଙ୍କାର ଜମା ରାଶି ସୁରକ୍ଷିତ ନା ନାହିଁ  ? ୟେସ୍‌ ବ୍ୟାଙ୍କରେ ଟଙ୍କା ରଖି ଫସି ଯାଇଛି କି ଶ୍ରୀମନ୍ଦିର ପ୍ରଶାସନ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି । କାରଣ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଘରୋଇ ୟେସ୍‌ ବ୍ୟାଙ୍କ । ବ୍ୟାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ  ଆରବିଆଇ ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡ଼କୁ ଭାଙ୍ଗିବା ସହ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛି । କୌଣସି ବ୍ୟକ୍ତି ଗୋଟିଏ ମାସରେ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ । ଏପରି ସ୍ଥିତିରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ସୁରକ୍ଷିତ ଅଛି ନା ନା ସେନେଇ ପ୍ରଶ୍ନ ଉଠାଇଛ ବିରୋଧୀ । ଫେବୃଆରୀ ମାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ୍‌ ବ୍ୟାଙ୍କ ଜମା ଟଙ୍କାକୁ ନେଇ ତୁମ୍ବିତୋଫାନ ହୋଇଥିଲା । ଜାତୀୟ ବ୍ୟାଙ୍କ୍‌ରେ ଟଙ୍କା  ନ ରଖି ଘରୋଇ ବ୍ୟାଙ୍କରେ କାହିଁକି ମହାପ୍ରଭୁଙ୍କ ଟଙ୍କା ରଖାଯାଇଛି ସେନେଇ ପ୍ରଶ୍ନ ବି ଉଠାଇଛନ୍ତି । କେବଳ ବିରୋଧୀ ନୁହନ୍ତି ବରିଷ୍ଠ ବିଜେଡି ନେତା ମହେଶ୍ବର ମହାନ୍ତି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

{"id":233932,"sizeSlug":"large"}

ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଏହି ସ୍ଥାୟୀ ଜମା ମାର୍ଚ୍ଚ ମାସ ସୁଦ୍ଧା ମାଚ୍ୟୁରିଟି ପାଇବାର ଥିଲା । ତେଣୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଜମାରାଶି ଉଠାଇ ଜାତୀୟକରଣ ବ୍ୟାଙ୍କରେ ରଖିବାର ନିଷ୍ପତ୍ତି ନେଇଥିଲା ପ୍ରଶାସନ । କିନ୍ତୁ ଏହି ଟଙ୍କା ବୁଡିବ ନାହିଁ ବୋଲି ସେ କହିଛନ୍ତି ।

ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ୫୪୫କୋଟି ଟଙ୍କା କିପରି ଫେରସ୍ତ ଆସିବ ତାକୁ ନେଇ ଚିନ୍ତା ବଢିଛି । ଯଦି ଏହି ଟଙ୍କା ଫେରସ୍ତରେ ଅଧିକ ବିଳମ୍ବ ହୁଏ, ତେବେ ଶ୍ରୀମନ୍ଦିର ପରିଚାଳନାରେ ବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.