Yes Bank ଅଂଶ କିଣି ଅନ୍ୟ ବ୍ୟାଙ୍କ ମାଲାମାଲ, ସେୟାର ମୂଲ୍ୟ ବୃଦ୍ଧି ଯୋଗୁ ନିବେଶ ବଢିଲା ୬ ଗୁଣ

Published By : Prameya-News7 Bureau | March 18, 2020 IST

ମୁମ୍ବାଇ ୧୮।୩:  ନଗଦ ସଂକଟରେ ଥିବା ଇୟେସ୍ ବ୍ୟାଙ୍କର ସେୟାର କିଣିଥିବା ଘରୋଇ ଆର୍ଥିକ ସଂସ୍ଥାଙ୍କୁ ସରକାରଙ୍କ ବ୍ୟାଙ୍କ ରିଷ୍ଟ୍ରକ୍ଚରିଂ ଯୋଜନାରୁ ବେଶ ଲାଭ ମିଳିଛି। ୭ଟି ଘରୋଇ ବ୍ୟାଙ୍କ, ଏସବିଆଇ ଓ ଅନ୍ୟ ସଂସ୍ଥାମାନେ ୧୦ଟଙ୍କା ଦର(୨ ଟଙ୍କା ଲିଖିତ ମୂଲ୍ୟ ଓ ୮ ଟଙ୍କା ପ୍ରିମିୟମ)ରେ ୧ ହଜାର କୋଟି ସେୟର କିଣି ଇୟେସ ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର କୋଟି ଟଙ୍କା ପକାଇଥିଲେ। ମଙ୍ଗଳବାର କାରବାର ଶେଷ ବେଳକୁ ବ୍ୟାଙ୍କର ପ୍ରତି ସେୟାର ମୂଲ୍ୟ ୫୮.୬୫ରେ ବନ୍ଦ ହୋଇଥିଲା। ଫଳରେ ଇୟେସ୍ ବ୍ୟାଙ୍କ ସେୟାର ମୂଲ୍ୟରେ ପାଖାପାଖି ୬ ଗୁଣା ଅଭିବୃଦ୍ଧି ହୋଇଛି।

{"id":240323,"sizeSlug":"large"}

କରୋନା ଡରରେ ବଜାରରୁ ମୁହଁ ଫେରାଇ ନେଉଥିବା ନିବେଶକଙ୍କୁ ପୁଣି ଥରେ ବଜାର ଆକର୍ଷିତ କରିବାରେ ସଫଳ ହୋଇଛି। ଏସବିଆଇଙ୍କ ନେତୃତ୍ୱରେ ୮ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନେ ଇୟେସ ବ୍ୟାଙ୍କର ଆର୍ଥିକ ଭିତ୍ତିଭୂମି ମଜଭୁତ କରିବାକୁ ଏହି ପଦକ୍ଷେପ ନେଇଛନ୍ତି। ଯାହା ଦେଶର ଅର୍ଥବ୍ୟବସ୍ଥା ଲାଗି ମଧ୍ୟ ସହାୟକ ହୋଇଛି। ମାତ୍ର ୩ ଦିନରେ ଏହି ଚମତ୍କାର ହୋଇଥିବା ବେଳେ ଇୟେସ୍ ବ୍ୟାଙ୍କ ସେୟାର ମୂଲ୍ୟରେ ୧୦୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

{"id":240324,"sizeSlug":"large"}

ସେପଟେ ଋଣରେ ବୁଡିଯାଇଥିବା ଇୟେସ୍ ବ୍ୟାଙ୍କ ଲାଗି ରେଟିଂ ଏଜେନ୍ସୀ ମୁଡିଜରୁ ବି ଖୁସି ଖବର ମିଳିଛି। ମୁଡିଜ୍ ଇୟେସ୍ ବ୍ୟାଙ୍କର ଆଉଟ୍ ଲୁକ୍ ପଜେଟିଭ କରିଛି। ଫଳରେ ବ୍ୟାଙ୍କର ମର୍ଯ୍ୟଦା ଫେରିଆସିଛି। ଆରବିଆଇଙ୍କ ବ୍ୟାଙ୍କ ପୁନର୍ଗଠନ ଲାଗି ପଦକ୍ଷେପ ସାଙ୍ଗକୁ ପୁଞ୍ଜିସ୍ଥିତିରେ ସୁଧାର ଯୋଗୁ ମୁଡିଜ୍ ରେଟିଂ ସୁଧାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.