ନୂଆଦିଲ୍ଲୀ ୧୧।୦୩ : ସଙ୍କଟଗ୍ରସ୍ତ ୟେସ୍ ବ୍ୟାଙ୍କର ଅନିଲ ଅମ୍ବାନୀଙ୍କ ନେତୃତ୍ଵରେ ଥିବା ରିଲାୟନ୍ସ ସମୂହ ଉପରେ ବିପୁଳ ପରିମାଣରେ ଋଣ ବୋଝ ଭାର ରହିଛି। ରିଲାୟନ୍ସ ସମୂହ ବୁଧବାର କହିଛି ଯେ, ତା ଉପରେ ୟେସ୍ ବ୍ୟାଙ୍କର ଯାହା ବି କିଛି ଋଣ ରହିଛି, ତାହା ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି। କମ୍ପାନୀ ଋଣର ପରିଶୋଧ କରିବ। କମ୍ପାନୀ ନିଜର ସଂପତ୍ତି ବିକ୍ରି କରି ୟେସ୍ ବ୍ୟାଙ୍କର ସମସ୍ତ ଋଣ ପରିଶୋଧ କରିବାକୁ ପ୍ରତିବଦ୍ଧ। ସମୂହ ଏହା ମଧ୍ୟ କହିଛି ଯେ, ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁର, ତାଙ୍କର ପତ୍ନୀ କିମ୍ବା ଝିଅ ସହିତ କିମ୍ବା ସେମାନଙ୍କ ଦ୍ଵାରା ନିୟନ୍ତ୍ରିତ କିଛି ବି କମ୍ପାନୀରୁ ରିଲାୟନ୍ସ ପରୋକ୍ଷ କିମ୍ବା ପରୋକ୍ଷ ରୂପେ ଋଣ ନେଇ ନାହିଁ। ତେବେ କେବଳ ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୃପ୍ ନୁହେଁ ଜିଟିଭି ମାଲିକ ସୁଭାଷ ଚନ୍ଦ୍ରାଙ୍କ ଏସେଲ୍ ଗ୍ରୃପ୍ ବି ୟେସ୍ ବ୍ୟାଙ୍କରୁ ବିପୁଳ ଋଣ ନେଇଛି। ଦୁଇ ଶିଳ୍ପପତିଙ୍କ ମାଲିକାନାରେ ଥିବା କମ୍ପାନି ଉପରେ ପ୍ରାୟ ୨୧ହଜାର କୋଟି ଟଙ୍କା ଋଣ ରହିଛି ୟେସ୍ ବ୍ୟାଙ୍କର
ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଦ୍ଵାରା ୟସ୍ ବ୍ୟାଙ୍କର ବୋର୍ଡକୁ ଭାଙ୍ଗିବା ତଥା ପ୍ରତିବନ୍ଧ ଲଗାଇବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ରିଲାୟନ୍ସ ସମୂହ ଓ ସୁଭାଷ ଚନ୍ଦ୍ରାଙ୍କ ଏସେଲ୍ ସମୂହ ଉପରେ ବ୍ୟାଙ୍କର ଋଣ ରହିଛି।
{"id":236755,"width":746,"height":537,"sizeSlug":"large"}ୟେସ୍ ବ୍ୟାଙ୍କର ୧୦ଟି ବଡ ବଡ କର୍ପୋରେଟ୍ ସଂସ୍ଥା ସହ ଜଡିତ ୪୪ କମ୍ପାନୀ ପାଖରେ ୩୪ ହଜାର କୋଟି ଟଙ୍କାର ଋଣ ଫସି ରହିଛି। ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ସମୂହର ୧୨,୮୦୦ କୋଟି ଏବଂ ଏସେଲ୍ ଗ୍ରୁପ୍ ୟେସ୍ ବ୍ୟାଙ୍କଠୁ ୮,୪୦୦ କୋଟି ଟଙ୍କାର ଋଣ ନେଇଛନ୍ତି।
ୟେସ୍ ବ୍ୟାଙ୍କରୁ ଯେଉଁ କମ୍ପାନୀ ମୋଟା ଅଙ୍କର ଋଣ ନେଇ ପରିଶୋଧ କରି ନାହାନ୍ତି ସେମାନଙ୍କ ମଧ୍ୟରେ ଡିଏଚଏଫଏଲ ଗ୍ରୁପ, ଦିଓ୍ଵାନା ହାଉସିଂ ଫାଇନାନ୍ସ କର୍ପୋରେସନ, ଜେଟ୍ ଏୟାରଓ୍ଵେଜ୍, କକ୍ସ ଆଣ୍ଡ କିଙ୍ଗ୍ସ ତଥା ଭାରତ ଇନଫ୍ରା ଆଦି ସାମିଲ।