Yes Bankର ସହ-ପ୍ରତିଷ୍ଠାତା ରାଣା କପୁରଙ୍କୁ ମିଳିଲା ଜାମିନ, ୪ ବର୍ଷ ପରେ ବାହାରିଲେ ଜେଲରୁ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ: ୟସ୍ ବ୍ୟାଙ୍କର ସହ-ପ୍ରତିଷ୍ଠାତା ରାଣା କପୁରଙ୍କୁ ଚାରି ବର୍ଷ ପରେ ଆଶ୍ୱସ୍ତି ମିଳିଛି । ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ବନ୍ଦୀ ଥିବା ରାଣା କପୁରଙ୍କୁ ଶୁକ୍ରବାର ଜାମିନ ମିଳିବା ପରେ ତାଙ୍କୁ ଜେଲର ମୁକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୪୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ବନ୍ଦୀ ଥିଲେ ।

ରାଣା କପୁରଙ୍କୁ ୨୦୨୦ ମାର୍ଚ୍ଚ ୭ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଏବଂ ଗତ ୪ ବର୍ଷରୁ ସେ ତଲୋଜା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିଲେ । ଏହି ମାମଲାରେ ଶୁକ୍ରବାର ଏପ୍ରିଲ୍ ୧୯ରେ ମୁମ୍ୱାଇର ଏକ ସ୍ପେଶାଲ କୋର୍ଟ ରାଣା କପୁରଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ଜେଲରୁ ବାହାରକୁ ଆସିଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୟସ୍ ବ୍ୟାଙ୍କରେ କଥିତ ଆର୍ଥିକ ହେରଫେର ମାମଲାରେ ବ୍ୟାଙ୍କର ସହ-ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ମୋଟ ୮ଟି ମାମଲା ରୁଜୁ କରାଯାଇଥିଲା । ଯେଉଁଥିରୁ ୭ ମାମଲାରେ ରାଣା କପୁରଙ୍କୁ ଜାମିନ ମିଳି ସାରିଥିଲା, ଏବେ ଶେଷ ମାମଲାରେ ବି ଜାମିନ ମିଳିଛି । ୟସ୍ ବ୍ୟାଙ୍କ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କର ସହ-ପ୍ରତିଷ୍ଠାତା ରାଣା କପୁର ଏବଂ ଦୀବାନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ଜଡିତ ଭାରତ ଏବଂ ବିଦେଶରେ ଥିବା ୨୮୦୦ କୋଟି ଟଙ୍କା ସମ୍ପତ୍ତି ଜବତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.