କରୋନାକୁ ନେଇ Yes Bank ଅଧ୍ୟକ୍ଷ ରାଣା କପୁର ଆତଙ୍କିତ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | March 21, 2020 IST

ମୁମ୍ବାଇ ୨୧।୩: ମନିଲଣ୍ଡ୍ରିଂ ଅଭିଯୋଗରେ ଗିରଫ ଇୟେସ୍ ବ୍ୟାଙ୍କ ଅଧ୍ୟକ୍ଷ ରାଣା କପୁର କରୋନାକୁ ନେଇ ହାଜତରେ ଆତଙ୍କିତ ହୋଇପଡିଛନ୍ତି। ତାଙ୍କ ଭୟ ସମ୍ପର୍କରେ ଓକିଲ କୋର୍ଟଙ୍କୁ ମଧ୍ୟ ଜଣାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା କପୁର ଗିରଫ ହୋଇଥିବା ବେଳେ ଏବେ  ବିଚାରବିଭାଗୀୟ ହାଜତରେ ଅଛନ୍ତି।

{"id":241829,"sizeSlug":"large"}

ଶୁକ୍ରବାର ଇଡି କପୁରଙ୍କୁ କୋର୍ଟରେ ହାଜର କରିଥିଲେ। ତାଙ୍କୁ ହାଜର କରାଯିବାମାତ୍ରେ ଏକ ଅନ୍ୟମାମଲାରେ ସିବିଆଇ ତାଙ୍କ ବିରୋଧରେ ୱାରେଣ୍ଟ ଦାବି କରିଥିଲେ। ତେବେ କୋର୍ଟ ରାଣାଙ୍କୁ ତାଙ୍କର କିଛି ଶାରୀରିକ ସମସ୍ୟା ଅଛିକି ବୋଲି ପଚାରିଥିଲେ। ଏହାର ଜବାବରେ ସେ ଗତ ୬-୭ ବର୍ଷ ହେଲା ଆଜମାରେ ଆକ୍ରାନ୍ତ ଥିବା ବେଳେ ତାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥିବାର ଅନୁଭ କରୁଥିବା କହିଥିଲେ। ସେହିପରି ସେ ଅବସାଦର ଶିକାର ହୋଇଥିବା ମଧ୍ୟ କୋର୍ଟଙ୍କୁ ଜଣାଇଥିଲେ।

{"id":241830,"sizeSlug":"large"}

ତେବେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ନ ଚାହିଁବାରୁ କୋର୍ଟ ରାଣାଙ୍କୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ ଦେଶରେ ଏବେ କରୋନା ସଂକ୍ରମଣ ଜାରି ଥିବାରୁ ଜେଲ ହାଜତରେ ରାଣା ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ତାଙ୍କ ଓକିଲ ଆଶଙ୍କା ପ୍ରକାଶ କରିଥିଲେ। ଏଣୁ କୋର୍ଟ ଜେଲ ବିଭାଗଙ୍କୁ ତାଙ୍କ ସ୍ୱାସ୍ଥ୍ୟପ  ଯତ୍ନ ନେବାକୁ ପରାମର୍ଶ ଦେଇଥିବା ବେଳେ ଆବଶ୍ୟକ ପଡିଲେ ସମୟ ସମୟରେ ଡାକ୍ତରୀ ଚିକିତ୍ସା ଉପଲବ୍ଧ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.