ୟେମେନ ଗୃହ ଯୁଦ୍ଧରେ ବଳି ପଡୁଛନ୍ତି ଶିଶୁ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଅନୁସାରେ ୟେମେନ ଗୃହ ଯୁଦ୍ଧରେ ୧୧ ହଜାରରୁ ଅଧିକ ଶିଶୁ ମୃତ କିମ୍ୱା ଆହତ ହୋଇଛନ୍ତି । ସଂସ୍ଥା ଅନୁସାରେ ଯୁଦ୍ଧ ଏବଂ ଏହାର ପ୍ରଭାବ ଯୋଗୁଁ ପିଲାଙ୍କ ମୃତ୍ୟୁ ହୋଇଛି । ୟେମେନରେ ଜାରି ଥିବା ଗୃହ ଯୁଦ୍ଧରେ ଗତ ୮ ବର୍ଷରେ ୧୦ ହଜାରରୁ ଅଧିକ ପିଲା ମୃତାହତ ହୋଇଛନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ମୋଟ ୩ କୋଟି ଜନସଂଖ୍ୟା ଥିବା ୟେମେନରେ ୨୨ ଲକ୍ଷ ଶିଶୁ କୁପୋଷଣର ଶିକାର ଅଛନ୍ତି । ଏଥରେ ଏକ ଚତୁର୍ଥାଂଶଙ୍କ ବୟସ ପାଞ୍ଚ ବର୍ଷରୁ ବି କମ ରହିଛି ।

ପିଲାଙ୍କ ପାଇଁ କାମ କରୁଥିବା ଜାତିସଂଘର ଏଜେନ୍ସି ୟୁନିସେଫ କହିଛି ଯେ ଯୁଦ୍ଧ ଯୋଗୁଁ ହୋଇଥିବା ମୃତ୍ୟୁର ପ୍ରକୃତ ସଂଖ୍ୟା ଏହାଠାରୁ ବହୁ ଅଧିକ ହୋଇପାରେ ।    

ୟେମେନୟମନରେ ୨୦୧୪ରେ ଗୃହ ଯୁଦ୍ଧ ଆରମ୍ଭ ହୋଇଥିଲା । ସେତେବେଳେ ଇରାନ ସମର୍ଥିତ ହୁତି ବିଦ୍ରୋହୀ ୟେମେନର ରାଜଧାନୀରେ ସେନା ଉପରେ କବଜା କରିଥିଲେ । ଏହାପରେ ସାଉଦି ଆରବ ସମର୍ଥିତ ସେନା ସହ ଏହାର ଯୁଦ୍ଧ ଜାରି ରହିଛି ।  

ରିପୋର୍ଟ ଅନୁସାରେ ୨୦୧୫ ମାର୍ଚ୍ଚରୁ ୨୦୨୨ ସେପ୍ଟେମ୍ୱର ମଧ୍ୟରେ ୩,୭୭୪ ଶିଶୁଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧ ଆରମ୍ଭ ହେବା ପରେ ଶିଶୁ ଏବଂ ଏଠାକାର ସ୍ଥାନୀୟ ଲୋକଙ୍କ ଅସୁବିଧାକୁ ନଜରରେ ରଖି ଅନେକ ଥର ଶାନ୍ତି ପ୍ରୟାସ କରାଯାଇଥିଲା, କିନ୍ତୁ କିଛି ସୁଫଳ ମିଳି ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.