ଭୁବନେଶ୍ୱର ୦୨।୦୫: ରାଜ୍ୟରେ ଲାଗି ରହିବ କାଳବୈଶାଖୀ, ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ରାଜ୍ୟରେ ଲାଗି ରହିବ କାଳବୈଶାଖୀ। କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆପଥର ବର୍ଷା ହେବାର ସମ୍ଭବନା ରହିଛି। ଏଥିପାଇଁ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଓଡ଼ିଶାରେ କିନ୍ତୁ ଲଘୁଚାପ ବର୍ଷା ହେବାର ସମ୍ଭାବନା ନାହିଁ। ମେ’ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଗରମ ଅନୁଭୂତ ହେବ ନାହିଁ। ଏହି ସମୟରେ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ଛାଡ଼ି ଦେଲେ ଅନ୍ୟ ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ତଳକୁ ହିଁ ରହିବ। ବାୟୁମଣ୍ଡଳରେ ଅସ୍ଥିରତା ଯୋଗୁଁ ରାଜ୍ୟରେ ଅଧିକାଂଶ ସମୟ କାଳବୈଶାଖୀ ବର୍ଷା ଲାଗିରହିବ। ଏଣୁ ତାପମାତ୍ରା ବି କମ୍ ରହିବ ବୋଲି ପାଣିପାଗ ବିଶେଷଜ୍ଞମ ାନେ ଅନୁମାନ କରୁଛନ୍ତି।