ଖୁବ୍ ଶୀଘ୍ର ବନ୍ଦ ହେବ ‘ୟେ ରିସ୍ତା କ୍ୟା କେହଲାତା ହୈ’, ଆସିବାକୁ ଯାଉଛି ନୂଆ ଟ୍ଵିଷ୍ଟ
24/05/2023 at 11:00 AM

ମୁମ୍ଵାଇ ୨୪।୦୫: ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଟିଆରପି ତାଲିକାର ୫ ନମ୍ଵରରେ ରହିଛି। ଲୋକମାନେ ଅକ୍ଷରା ଏବଂ ଅଭିମନ୍ୟୁଙ୍କ ସମ୍ପର୍କକୁ ଖୁବ୍ ପସନ୍ଦ କରୁଛନ୍ତି । ଏହିପରି, ଲୋକମାନେ ଅକ୍ଷରା ଏବଂ ଅଭିମନ୍ୟୁ ମିଶାଇବାକୁ ସୋସିଆଲ ମିଡିଆରେ ଡିମାଣ୍ଡ କରିଆସୁଛନ୍ତି । କିନ୍ତୁ, ଶୋ’ର ନିର୍ମାତା ରାଜନ ଶାହି ଅକ୍ଷରା ଏବଂ ଅଭିମନ୍ୟୁଙ୍କୁ ନୂଆ ଟ୍ଵିଷ୍ଟ ଆଣି ପରସ୍ପର ବିରୁଦ୍ଧରେ ଲଗାଉଛନ୍ତି । ତେବେ ବର୍ତ୍ତମାନ କୁହାଯାଉଛି ଯେ ଖୁବ୍ ଶୀଘ୍ର ଅକ୍ଷରା ଏବଂ ଅଭିମନ୍ୟୁଙ୍କୁ ଏକାଠି ହେବାର ଦେଖିବାକୁ ମିଳିବ ।
କେବଳ ଏତିକି ନୁହେଁ, ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ ଅକ୍ଷରା ଏବଂ ଅଭିମନ୍ୟୁଙ୍କ ସାକ୍ଷାତ ପରେ ରାଜନ ଶାହି ‘ୟେ ରିସ୍ତା କ୍ୟା କେହଲାତା ହୈ ବନ୍ଦ କରିବେ। ସେ ସେହି ସ୍ଥାନମାନଙ୍କରେ ତାଙ୍କର ନୂଆ ସିରିଏଲ ଆଣିବେ । ହେଲେ ନିର୍ମାତାଙ୍କ ଦ୍ଵାରା ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କିନ୍ତୁ, ଏହା ସତ ଯେ ୨୦୦୯ ମସିହାରୁ ପ୍ରସାରିତ ଶୋ ଏହି ସିରିଏଲ ୧୪ ବର୍ଷ ପରେ ଅଫ୍ ଏୟାର ହେବ। କହିବାକୁ ଗଲେ, ଏପର୍ଯ୍ୟନ୍ତ ଏହି ଟିଭି ସିରିଏଲର ୪୦୦୦ରୁ ଅଧିକ ଏପିସୋଡ୍ ଟେଲିକାଷ୍ଟ ହୋଇସାରିଛି।
ନିକଟରେ ଏକ ସାକ୍ଷାତକାରରେ ରାଜନ ଶାହି ପ୍ରକାଶ କରିଛନ୍ତି ଯେ ଟିଆରପି କମ୍ ଥିବାରୁ ୬ ମାସ ପୂର୍ବରୁ ସିରିଏଲ ବନ୍ଦ କରିବାକୁ ଯୋଜନା କରିଥିଲେ। ଏହି ସୋ ସହିତ ମୋର ଅନେକ ସୁନ୍ଦର ମୂହୁର୍ତ୍ତ ରହିଛି। କିନ୍ତୁ ଦର୍ଶକଙ୍କ ଆଗ୍ରହ ହ୍ରାସ ହେତୁ ସୋ’ର ନମ୍ଵର ହ୍ରାସ ପାଇବାରେ ଲାଗିଲା। ଏଭଳି ପରିସ୍ଥିତିରେ ଚ୍ୟାନେଲ ସୋକୁ ଅଫ୍ ଏୟାର କରିବେ ବୋଲି କହିଥିଲେ।