ଶୋ’ରେ ଆସିବ ଟ୍ଵିଷ୍ଟ: ଅଲଗା ହେବେ ଅଭିମନ୍ୟୁ-ଅକ୍ଷସରା, ଆରୋହି ସହ ନୂଆ ଆରମ୍ଭ କରିବେ ଅଭି

Published By : Prameya-News7 Bureau | December 28, 2022 IST

ମୁମ୍ଵାଇ ୨୮।୧୨: ବର୍ତ୍ତମାନ ୟେ ରିସ୍ତା କ୍ୟା କେହଲତା ହୈରେ ଟ୍ୱିଷ୍ଟ ଏବଂ ଟର୍ନ ଦେଖିବାକୁ ମିଳିଛି। ନୀଲଙ୍କ ମୃତ୍ୟୁ ପରଠାରୁ ବିର୍‌ଲା ପରିବାର ବହୁତ ଅସନ୍ତୋଷ ପ୍ରକାଶ କରିଛି। ଏହି ଘଟଣା ପାଇଁ ସବୁ ପାଇଁ ଅକ୍ଷସରାକୁ ଦାୟୀ କରୁଛନ୍ତି। ମଞ୍ଜରୀ ଅକ୍ଷସରାକୁ ବହୁତ କିଛି ଶୁଣାନ୍ତି। ଯାହା ପରେ ଅଭିମନ୍ୟୁ ଅକ୍ଷସରାଙ୍କ ପରିବାରକୁ କୁହନ୍ତି ଯେ ତାଙ୍କୁ ବିଶ୍ରାମ ଆବଶ୍ୟକ ତାକୁ ନେଇକି ଯାଅ । ଅଭିମନ୍ୟୁଙ୍କ କଥା ଶୁଣିବା ପରେ ଅକ୍ଷରର ହୃଦୟ ଭାଙ୍ଗିଯାଏ। କେବଳ ଏତିକି ନୁହେଁ ମଞ୍ଜରୀ ଅକ୍ଷସରାଙ୍କୁ ଘରୁ ଠେଲି ବାହାର କରି ଦିଅନ୍ତି। ଏହି ସମୟରେ ଅଭିମନ୍ୟୁ କିଛି ବୁଝି ପାରନ୍ତି ନାହିଁ।

ଅଭିମନ୍ୟୁ ତାଙ୍କ ମା ମଞ୍ଜରୀଙ୍କୁ ଦେଖି ବହୁତ ଚିନ୍ତାରେ ପଡନ୍ତି। ଭାଇର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି। ଏହି ସମୟରେ ସେ ଅକ୍ଷରାଙ୍କୁ ଛାଡପତ୍ର ଦେବେ କି ନାହିଁ ତାହା ସ୍ଥିର କରିବେ। ସେ କହିବେ ଯେ ସେ ବର୍ତ୍ତମାନ ଅକ୍ଷସରାଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି ଏବଂ ଉଭୟଙ୍କ ଅଲଗା ହେବା ଭଲ। ଅକ୍ଷରା ବିଶ୍ଵାସ କରିପାରନ୍ତି ନାହିଁ ଯେ ଗତକାଲି ପର୍ଯ୍ୟନ୍ତ ସ୍ୱାମୀ ତାଙ୍କୁ ଏତେ ଭଲ ପାଉଥିଲେ ଆଜି ସେ ତାଙ୍କ ବିପକ୍ଷରେ ଅଛନ୍ତି। ଯାହା ପରେ ଅକ୍ଷସରା ମଧ୍ୟ ଅଭିମନ୍ୟୁ ଛାଡିବାକୁ ନିଷ୍ପତ୍ତି ନେବେ।

ମିଡିଆ ରିପୋର୍ଟ ଅନୁଯାୟୀ ଖୁବ୍ ଶୀଘ୍ର ଜୟ ସୋନିଙ୍କ ଏଣ୍ଟ୍ରି ଶୋ’ରେ ହେବ। ଜୟ ସୋନି ବସରେ ଅକ୍ଷସରାଙ୍କୁ ଭେଟିବେ। ଜୟଙ୍କ ଆଗମନ ପରେ ଅକ୍ଷରା ଏବଂ ଅଭିମନ୍ୟୁଙ୍କ କାହାଣୀରେ ଏକ ନୂଆ ମୋଡ଼ ଆସିବ । ଯାହା ପରେ ବସ୍‌ରେ ଅକ୍ଷସରାଙ୍କ ଦୁର୍ଘଟଣା ଘଟିବ। ଯେତେବେଳେ ବିର୍‌ର୍ଲା ଏବଂ ଗୋଏଙ୍କା ଏ ବିଷୟରେ ଜାଣିବେ, ସେତେବେଳେ ଉଭୟ ପରିବାରକୁ ଏକ ଶକ୍ତ ଝଟକା ଲାଗିବ। ଅଭିମନ୍ୟୁ ଏବଂ ପରିବାର ସଦସ୍ୟ ଅକ୍ଷସରାକୁ ବହୁ ଖୋଜା ଖୋଜି କରିବେ। କିନ୍ତୁ ଅକ୍ଷସରାକୁ କେହି ପାଇବେ ନାହିଁ । ସମସ୍ତେ ଭାବିବେ ଯେ ଅକ୍ଷସରା ମରି ଯାଇଛନ୍ତି।  ଏହା ପରେ ଶୋ’ରେ ଏକ ଲିପ୍‌ ହେବ । ଅନ୍ୟପଟେ  ଅଭିମନ୍ୟୁ ଏବଂ ଆରୋହି ପିଲାଙ୍କ ସହିତ ଏକ ନୂଆ ଆରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.