ଶୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତ୍ରୀ ପ୍ରଣାଳି, ଶାେ'ରୁ ନେବେ ଛୁଟି !

Published By : Prameya-News7 Bureau | June 15, 2022 IST

 ମୁମ୍ବାଇ ୧୫।୦୬:  ଟିଭି ଅଭିନେତ୍ରୀ ପ୍ରଣାଲି ରାଠୋରଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କର ପ୍ରଣାଳି ରାଠୋର ଲୋକପ୍ରିୟତାର ବୃଦ୍ଧି ପାଇଛି । ଏହି ସମୟରେ ସିରିଏଲର ସେଟରେ ଅଭିନେତ୍ରୀ ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ପ୍ରଣାଳି ଆହତ ହେବାରୁ ଦୀର୍ଘ ଛୁଟିରେ ଯିବେ କି?

wp:html
/wp:html

ବାସ୍ତବରେ, ଖୁବ୍ ଶୀଘ୍ର ୟେ ରିସ୍ତା କ୍ୟା କେହଲାତା ହୈ ଅକ୍ଷରା ବାଇକ୍‌ ଚଳାଉଥିବାର ଦେଖିବାକୁ ମିଳିବ । ଏହି ସିନ୍‌ର ସୁଟିଂର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ବାଇକ୍ ଚଳାଇବା ସମୟରେ ପ୍ରଣାଳି ବାଇକ୍‌ରୁ ତଳେ ପଡ଼ିଯାଇ ଆହତ ହୋଇଥିଲେ। ଏଥିରେ ପ୍ରଣାଳି ସାମାନ୍ୟ ଆଘାତ ପାଇଛନ୍ତି ହେଲେ ଏଯାଏଁ ସ୍ପଷ୍ଟ ହୋଇନାହିଁ କି ସେ ସିରିଏଲ୍‌ରୁ ଛୁଟି ନେବେ କି ନାହିଁ । କିନ୍ତୁ ସିରିଏଲ୍‌ର ସୁଟିଂ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.