ରେକର୍ଡ ଭାଙ୍ଗୁଛି ଦରଦାମ୍,ମହଙ୍ଗା ମାଡରେ କଲବଲ୍ ପାକିସ୍ତାନୀ…
26/03/2023 at 12:42 PM

ନୂଆଦିଲ୍ଲୀ ୨୬।୦୩; ବିଗୁଡିଛି କାଙ୍ଗାଳ ପାକିସ୍ତାନର ଅବସ୍ଥା । ବାର୍ଷିକ ମୁଦ୍ରାସ୍ଫୀତି ହାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ଏଠାରେ ମୁଦ୍ରାସ୍ଫୀତି ଭାଙ୍ଗିଛି ପୁରୁଣା ରେକର୍ଡ । ଏମିତିକି ଛୋଟ ଛୋଟ ଜିନିଷ ପାଇଁ ସାଧାରଣ ଜନତାଙ୍କୁ ଦେବାକୁ ପଡୁଛି ମୋଟା ଅଙ୍କର ଅର୍ଥ । ଚଳିତ ସପ୍ତାହ ଶେଷ ସୁଦ୍ଧା ପାକିସ୍ତାନର ସ୍ୱଳ୍ପକାଳୀନ ବାର୍ଷିକ ମୁଦ୍ରାସ୍ଫୀତି ହାର ୪୬.୬୫ ପ୍ରତିଶତ ବୃଦ୍ଧି ପାଇଛି । ଯାହା ପାକିସ୍ତାନ ଇତିହାସରେ ପ୍ରଥମ । ଅନ୍ୟପଟେ ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ଖାଦ୍ୟ ମୂଲ୍ୟ ବୃଦ୍ଧି ହେତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ଏତେ ବୃଦ୍ଧି ପାଇଛି । ଏଥି ସହିତ ସପ୍ତାହରେ ମୁଦ୍ରାସ୍ଫୀତି ହାର ୧.୮୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ସପ୍ତାହରେ, ସ୍ୱଳ୍ପକାଳୀନ ବାର୍ଷିକ ମୁଦ୍ରାସ୍ଫୀତି ହାର ୪୫.୬୪ ପ୍ରତିଶତରେ ପହଞ୍ଚିଛି ।
() ଆସନ୍ତୁ ନଜର ପକାଇବା ପାକିସ୍ତାନରେ କେଉଁ ଜିନିଷ ଦର ହୋଇଛି ଆକାଶଛୁଆଁ ଏବଂ କାହାର ଦର ହ୍ରାସ ପାଇଛି । ଗତ ସପ୍ତାହରେ ୨୬ ଜିନିଷର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ୧୨ଟି ଜିନିଷର ମୂଲ୍ୟ ହ୍ରାସ ପାଇଛି । ଅନ୍ୟପଟେ ୧୩ଟି ଜିନିଷର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଟମାଟୋର ମୂଲ୍ୟରେ ୭୧.୭୭ ପ୍ରତିଶତ, ଗହମ ଅଟା ୪୨.୩୨ ପ୍ରତିଶତ, ଆଳୁ ୧୧.୪ ପ୍ରତିଶତ, କଦଳୀ ୧୧.୦୭ ପ୍ରତିଶତ, ବ୍ରାଣ୍ଡେଡ୍ ଚା ମୂଲ୍ୟ ୭.୩୪ ପ୍ରତିଶତ, ଚିନି ମୂଲ୍ୟ ୨.୭୦ ପ୍ରତିଶତ, ଡାଲି ମୂଲ୍ୟ ୧.୫୭ ପ୍ରତିଶତ ଏବଂ ଜାଗାର ମୂଲ୍ୟ ୧.୦୩ ପ୍ରତିଶତ ବୃଦ୍ଧି ପାଇଛି।
() ସେହିପରି କିଛି ଜିନିଷରେ ଦର ହ୍ରାସ ଘଟିଛି । ଚିକେନର ଦାମ୍ ୮.୧୪%, ଚିଲି ପାଉଡର ୨.୩୧%, LPG ୧.୩୧%, ସୋରିଷ ତେଲ ୧.୧୯%, ରସୁଣ ୧.୧୯%, ରନ୍ଧନ ତେଲ ୦.୨୧%ର ଦାମ୍ ବଢିଛି । ତେବେ ଚଳିତ ବର୍ଷ ପିଆଜର ମୂଲ୍ୟରେ ସର୍ବାଧିକ ବୃଦ୍ଦି ଦେଖିବାକୁ ମିଳିଛି । ପିଆଜ ୨୨୮.୨୮ ପ୍ରତିଶତ ବୃଦ୍ଧି ପାଇଛି । ଏହାପରେ ସିଗାରେଟର ୧୬୫.୮୮ ପ୍ରତିଶତ, ଗହମ ଅଟା ୧୨୦.୬୬ ପ୍ରତିଶତ, ଗ୍ୟାସ ୧୦୮.୩୮ ପ୍ରତିଶତ ଏବଂ ଡିଜେଲ ୧୦୨.୮୪ ପ୍ରତିଶତ ବୃଦ୍ଦି ପାଇଛି । ତେବେ ପେସା ହୋଇଥିବା ଲଙ୍କା ଦାମରେ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି ।