ଶତାବ୍ଦୀ ମଧ୍ୟ ସୁଦ୍ଧା ଗରମ ଜନିତ ମୃତ୍ୟୁ ସଂଖ୍ୟା ବଢିପାରେ ପାଞ୍ଚ ଗୁଣା, ଜଳବାୟୁ ପରିବର୍ତ୍ତନ ସାର୍ବଜାନୀନ ସ୍ୱାସ୍ଥ୍ୟକୁ ବିପଦ

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ଅଧିକ ହେବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନକୁ ନେଇ ଅନେକ ରିପୋର୍ଟ ବି ସାମନାକୁ ଆସୁଛି । ଲାନସେଣ୍ଟ ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ୨୦୨୩ ମସିହା ସବୁଠୁ ଗରମ ବର୍ଷ । ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ଲାନସେଣ୍ଟ କାଉଣ୍ଟଡାଉନର ଏକ ରିପୋର୍ଟ ଅନୁସାରେ, ଯଦି ବର୍ତ୍ତମାନ ତାପମାତ୍ରା ଜାରି ରହେ ଓ ଏଥିରେ ସୁଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ଶତାବ୍ଦୀ ମଧ୍ୟ ସୁଦ୍ଧା ଗରମ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସଂଖ୍ୟାଠାରୁ ପ୍ରାୟ ପାଞ୍ଚ ଗୁଣା ଅଧିକ ହେବ ।

ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ଲାନସେଣ୍ଟ କାଉଣ୍ଟଡାଉନ ନିଜର ଅଷ୍ଟମ ବାର୍ଷିକ ରିପୋର୍ଟରେ ଅନୁମାନ କରିଛି ଯେ ଗରମ ଯୋଗୁଁ ହେଉଥିବା ଶ୍ରମହାନୀ ୫୦ ପ୍ରତିଶତ ଯାଏ ବଢିପାରେ । ଏଥିରେ କୁହାଯାଇଛି ଯେ କେବଳ ହିଟୱେଭ କାରଣରୁ ୨୦୪୧-୬୦ ଯାଏ ୫୨୪.୯ ମିଲିୟନ ଅତିରିକ୍ତ ଲୋକଙ୍କୁ ଖାଦ୍ୟ ସଂକଟର ସାମନା କରିବାକୁ ପଡିପାରେ । ଯାହା ଦ୍ୱାରା କୁପୋଷଣ ମାତ୍ରା ବଢିବ ।

ପଢନ୍ତୁ: ମଣିଷଙ୍କର ହେବ କମ୍‌ ସନ୍ତାନ, ବିମାନ ଯାତ୍ରାରେ ଲାଗିବ ଝଟକା,  ଜଳବାୟୁ ପରିବର୍ତ୍ତନର ହେବ ପାର୍ଶ୍ୱ ପ୍ରତିକ୍ରିୟା

ରିପୋର୍ଟରେ ଶତାବ୍ଦୀ ମଧ୍ୟ ଯାଏ ଜୀବନ-ଘାତକ ସଂକ୍ରାମକ ରୋଗ ପ୍ରସାରରେ ବୃଦ୍ଧି ଅନୁମାନ କରାଯାଇଛି । ଯେଉଁଥିରେ ଭିବ୍ରିଓ ପାଥୋଜେନ ପାଇଁ ଉପଯୁକ୍ତ ଉପକୂଳର ଲମ୍ବ ୧୭-୨୫ ପ୍ରତିଶତ ଏବଂ ଡେଙ୍ଗୁ ସଂକ୍ରମଣର ସମ୍ଭାବନା ୩୬-୩୭ ପ୍ରତିଶତ ବୃଦ୍ଧି ପାଉଛି ।

ବିଶ୍ଲେଷଣରୁ ଜଣାପଡ଼ିଛି ଯେ ୧୯୯୦-୨୦୦୦ ତୁଳନାରେ ୬୫ ବର୍ଷରୁ ଅଧିକ ବସୟର ଲୋକଙ୍କ ଗରମରେ ମୃତ୍ୟୁରେ ୮୫ ପ୍ରତିଶତ ବୃଦ୍ଧି ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଏହା ୩୮ ପ୍ରତିଶତର ବୃଦ୍ଧିରୁ ବହୁ ଅଧିକ ଅଟେ ।

Also Read: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶତାବ୍ଦୀ ଶେଷ ସୁଦ୍ଧା ଥର ମରୁଭୂମି ପାଲଟି ଯିବ ସବୁଜ କ୍ଷେତ୍ର: ରିପୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.