oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍, ୨୦୨୦ରେ ସରକାର ବ୍ୟାନ୍ କରିଛନ୍ତି ୨୬୭ ଆପ୍

24/12/2020 at 8:44 PM

ନୂଆଦିଲ୍ଲୀ ୨୪/୧୨ : ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଉଗ୍ର ରୂପ ନେଉଛି । ଏହାରି ମଧ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଚୀନ ବିରୁଦ୍ଧରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ନିଆଯାଉଛି । ଇତିହାସରେ ପ୍ରଥମ ଥର ପାଇଁ ବର୍ଷ ୨୦୨୦ରେ ଭାରତ ସରକାର ଚୀନର ପ୍ରାୟ ୨୫୦ଟି ଆପ୍‌ ଉପ​‌ରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଲୋକପ୍ରିୟ ସ୍ମାର୍ଟ ଭିଡିଓ ଆପ୍ ଟିକ୍‌ଟକ୍‌ ଠାରୁ ଆରମ୍ଭ କରି ଅନେକଗୁଡିକ ଲୋକପ୍ରିୟ ଚାଇନିଜ୍ ଆପଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତ ସରକାର ପ୍ରଥମେ ଡିଜିଟାଲ ଷ୍ଟାଇକ୍ ଜରିଆରେ ୨୯ ଜୁନ୍ ୨୦୨୦ରେ ୫୯ଟି ଆପ୍‌କୁ ବ୍ୟାନ୍ କରିଥିଲେ । ଏହା ପରେ ସମୟକ୍ରମେ ୪୭, ୧୧୮ ଏବଂ ଏହା ପରେ ୪୩ଟି ଆପକୁ ବ୍ୟାନ୍ କରାଯାଇଥିଲା । ସୂଚନା ଅଧିନିୟମ ଧାରା ୬୯-ଏ ଅନୁଯାୟୀ ଏହି ଆପ୍‌ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର ।

ତେବେ ମୋଟ ଉପରେ କହିବାକୁ ଗଲେ ୨୦୨୦ ମସିହାରେ ଭାରତ ସରକାର ୨୬୭ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭିଡିଓ ଆପ୍ ଟିକ୍‌ଟକ୍‌ ସମେତ ଗେମିଂ ଆପ ପବ୍‌ଜୀ ଭଳି ଅନେକ ଲୋକପ୍ରିୟ ଆପ୍‌କୁ ବ୍ୟାନ କରିସାରିଛନ୍ତି ଭାରତ ସରକାର । ଏହି ଚାଇନିଜ୍ ଆପଗୁଡିକ ଉପରେ ତଥ୍ୟ ଚୋରି କରିବା ଏବଂ ଗୋପନୀୟତାକୁ ବଜାୟ ନରଖିବା ଅଭିଯୋଗରେ ଏକ ନିର୍ଦ୍ଧିଷ୍ଟ ଆଇନ ବଳରେ ବ୍ୟାନ୍ କରିଥି​‌ଲେ ଭାରତ ସରକାର ।  

   Related Posts