ହାଇଦ୍ରାବାଦ ୧/୧୧: ବୃହତ୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ୧୫୦ ଓ୍ବାର୍ଡ଼ର ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ୭୪,୪୪,୨୬୦ ଭୋଟଦାତା ନିଜ ମତାଧିକାର ପ୍ରୟୋଗ କରି ପାରିବେ। ଏହି ନିର୍ବାଚନରେ ୧୫୦ଆସନରେ ୧,୧୨୨ ଆଶାୟୀ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଡିସେମ୍ବର ୪ତାରିଖରେ ଭୋଟ ଗଣନା ହେବ। ଏହି ନିର୍ବାଚନରେ ବିଧାନ ସଭା ଏବଂ ସଂସଦୀୟ ନିର୍ବାଚନ ଭଳି ପ୍ରଚାର ହୋଇଛି ଏବଂ କେତେକ ଜାତୀୟ ସ୍ତରର ନେତା ମୈଦାନକୁ ଓହ୍ଲାଇଛନ୍ତି।
ତେଲେଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ପାଇଁ ବିପୁଳ ପରିମାଣରେ ପ୍ରସ୍ତୁତି କରିଛି,ଯେଉଁଥିରେ ୪୮,୦୦୦ ନିର୍ବାଚନ କର୍ମୀ ଏବଂ ୫୨,୫୦୦ପୋଲିସ୍ କର୍ମୀ ସାମିଲ ହୋଇଛନ୍ତି।
ଆୟୋଗ କହିଛନ୍ତି ଯେ ପ୍ରମୁଖ ରାଜନୈତିକ ପାର୍ଟି,କୋଭିଡ-୧୯କୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ରାୟ ଏବଂ ଅନ୍ୟ ପ୍ରାସଙ୍ଗିକ ମୁଦ୍ଦା ଉପରେ ପ୍ରାଧାନ୍ୟ ଦେବା ପରେ ସେ ମତପତ୍ରରୁ ନିର୍ବାଚନ କରାଇବାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ନିର୍ବାଚନ ଆୟୁକ୍ତ ସି ପାର୍ଥସାରଥୀ ଲୋକଙ୍କଠୁ ନିଜ ମତାଧିକାର ପ୍ରୟୋଗ କରିବାକୁ ଅପିଲ କରିଛନ୍ତି।
ବିଜେପି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା,ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ,କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର,ସ୍କୃତି ଈରାନୀ ଏବଂ ଗୃହ ରାଜ୍ୟମନ୍ତ୍ରୀ ଜି କିଶନ ରେଡ୍ଡି