ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ତାଲିବାନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି ଟିଏମସି ନେତା ଯଶବନ୍ତ ସିହ୍ନା ! କହିଲେ,‘ଖୋଲା ମନରେ ବିଚାର କରୁ ଭାରତ, ୨୦୨୧ର ତାଲିବାନ ୨୦୦୧ ଭଳି ନୁହେଁ’

19/08/2021 at 7:33 PM

ନୂଆଦିଲ୍ଲୀ ୧୯/୦୮ : ପୂର୍ବତନ ବୈଦେଶିକ ମନ୍ତ୍ରୀ ଯଶବନ୍ତ ସିହ୍ନା ଗୁରୁବାର ଦିନ କହିଛନ୍ତି ଯେ ତାଲିବାନ ସହ ନିଜ ସମ୍ପର୍କକୁ ନେଇ ଭାରତ ଖୋଲା ମନରେ ବିଚାର କରିବା ଉଚିତ। ତାଛଡା ସେ ପରାମର୍ଶ ଦେଇଛନ୍ତି ଯେ ଭାରତ କାବୁଲରେ ଦୂତାବାସ ଖୋଲିବା ଉଚିତ ଏବଂ ରାଷ୍ଟ୍ରଦୂତଙ୍କୁ ପୁଣି ସେଠାକୁ ପଠାଇବା ଉଚିତ। ପିଟିଆଇ ଭାଷାକୁ ଦେଇଥିବା ଏକ ସାକ୍ଷାତକାରରେ ସିହ୍ନା କହିଛନ୍ତି ଯେ ଆଫଗାନିସ୍ତାନ ଲୋକେ ଭାରତକୁ ବହୁତ ଭଲପାଆନ୍ତି। କିନ୍ତୁ ପାକିସ୍ତାନକୁ ଭଲପାଆନ୍ତି ନାହିଁ। ସେ କହିଛନ୍ତି ଯେ ଭାରତ ଜମା ଭାବିବା କଥା ନୁହେଁ ଯେ ତାଲିବାନ ପାକିସ୍ତାନ କୋଳରେ ବସି ପଡିବ କାରଣ ସବୁ ଦେଶ ନିଜ ହିତ କଥା ଚିନ୍ତା କରେ।

ସେ କହିଛନ୍ତି, ଭାରତ ବଡ ଦେଶ ହୋଇଥିବାରୁ ତାଲିବାନ ସହ ବିଶ୍ୱାସର ସହିତ ପ୍ରସଙ୍ଗ ଉଠାଇବା ଉଚିତ ଏବଂ ବିଧବା ବିଳାପ ବା କୁମ୍ଭୀର କାନ୍ଦଣା କରିବା ଉଚିତ ନୁହେଁ ଯେ ପାକିସ୍ତାନ ଆଫଗାନିସ୍ତାନରେ କବଜା କରିବ କିମ୍ବା ପାକିସ୍ତାନକୁ ସେଠାରେ ପ୍ରୋତ୍ସାହନ ମିଳିବ। ସେ କହିଛନ୍ତି ସତ ହେଲା ତାଲିବାନ ଆଫଗାନିସ୍ତାନର ଅଧିକାଂଶ ସ୍ଥାନକୁ କବଜା କରିଛି ଏବଂ ‘ଭାରତକୁ ଅପେକ୍ଷା କର ଏବଂ ଦେଖ’ ନୀତି ଆପଣେଇବା ଉଚିତ ଓ ସେମାନଙ୍କ ସରକାରଙ୍କୁ ମାନ୍ୟତା ଦେବା କିମ୍ବା ଖାରଜ କରିବା ପାଇଁ ତରତର ହେବା ଉଚିତ ନୁହେଁ।

ଯଶବନ୍ତ ସିହ୍ନା କହିଛନ୍ତି, ୨୦୨୧ ର ତାଲିବାନ ୨୦୦୧ ର ତାଲିବାନ ଭଳି ନୁହଁ। ବର୍ତ୍ତମାନ ଅଲଗା ଜଣାପଡୁଛି। ସେମାନେ ପରିପକ୍ୱ ବୟାନ ଦେଉଛନ୍ତି। ଆମେ ତା ଉପରେ ଦୃଷ୍ଟି ଦେବା ଉଚିତ। ସେମାନଙ୍କ ଅତୀତ ବ୍ୟବହାର ଦେଖି ଖାରଜ କରିବା ଅନୁଚିତ। ଆମକୁ ବର୍ତ୍ତମାନ ଓ ଭବିଷ୍ୟତ ଦେଖିବାକୁ ହେବ।

ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସିହ୍ନା ବୈଦେଶିକ ମନ୍ତ୍ରୀ ଥିଲେ କିନ୍ତୁ ବର୍ତ୍ତମାନ ସେ ମୋଦି ସରକାରଙ୍କ ସମାଲୋଚକ ଏବଂ ବିଜେପି ଛାଡି ଦେଇଛନ୍ତି। ବର୍ତ୍ତମାନ ସେ ତୃଣମୂଳ କଂଗ୍ରେସର ଉପାଧ୍ୟକ୍ଷ ଅଛନ୍ତି।

ସେ କହିଛନ୍ତି ତାଲିବାନ କାବୁଲରେ କବଜା କରିବା ପରେ ଦୂତାବାସ ବନ୍ଦ କରିବା ଓ ନିଜ ଲୋକଙ୍କୁ ସେଠାରୁ ବାହାର କରିବା ପରିବର୍ତ୍ତେ ଅପେକ୍ଷା କରିବାର ଥିଲା।

   Related Posts