scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଥମ ଟେଷ୍ଟ ଖେଳିବେ ଯଶସ୍ଵୀ ଜୟସଓ୍ଵାଲ, ସ୍ପଷ୍ଟ କଲେ ରୋହିତ ଶର୍ମା, କେଉଁ ଅର୍ଡରରେ ଖେଳିବେ ଗିଲ୍ ?

11/07/2023 at 10:59 PM

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲିଠୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଡୋମିନିକାର ଓ୍ଵିଣ୍ଡସର ପାର୍କରେ ଖେଳାଯିବ। ଯୁବ ବ୍ୟାଟର ଯଶସ୍ଵୀ ଜୟସଓ୍ଵାଲ ଏହି ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିବେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ର ଅବ୍ୟବେହିତ ପୂର୍ବରୁ ଏହାର ସୂଚନା ଦେଇଛନ୍ତି। ରୋହିତ ପ୍ରଥମ ଟେଷ୍ଟ ଆରମ୍ଭ ପୂର୍ବରୁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଭାରତୀୟ ଅଧିନାୟକ କହିଛନ୍ତି ୨୧ ବର୍ଷୀୟ ଯଶସ୍ଵୀ ତାଙ୍କ ସହ ଇନିଂସ ଓପନ  କରିବେ। ଆଉ ତାରକା ଉଦୀୟମାନ ବ୍ୟାଟର ଶୁଭମନ ଗିଲ୍ ଓ୍ଵାନ ଡାଉନ ଅର୍ଥାତ ନମ୍ବର ୩ରେ କ୍ରିଜକୁ ଓହ୍ଲାଇବେ। ଗିଲ୍ ଏ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ସହିତ ଅନେକ ମ୍ୟାଚ୍‌ରେ ଓପନିଂ କରି ସାରିଛନ୍ତି।

ଅଧିକ ପଢନ୍ତୁ- ୧୦୦ ଟେଷ୍ଟ ପରେ ସ୍ମିଥଙ୍କ ସଚିନ, ଲାରା ସହ ତୁଳନା, ମୁହଁତୋଡ଼ ଜବାବ ଦେଲେ ଗିବ୍ସ

ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁଟିସି) ଫାଇନାଲ୍ ହାରିବା ପରେ ଚେତେଶ୍ଵର ପୂଜାରାଙ୍କୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଚୟନ କରାଯାଇ ନାହିଁ। ଚୟନକର୍ତ୍ତା ଯଶସ୍ଵୀ ଜୟସଓ୍ଵାଲ ଏବଂ ଋତୁରାଜ ଗାଏକଓ୍ଵାଡ଼ଙ୍କ ପରି ଯୁବ ବ୍ୟାଟରଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ଯେବେଠୁ ଭାରତୀୟ ଦଳରେ ଯଶସ୍ଵୀଙ୍କ ଚୟନ ହୋଇଛି, ତେବେଠୁ ଏହି ବାମହାତୀ ବ୍ୟାଟରଙ୍କ ଟେଷ୍ଟ ପଦାର୍ପଣ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଅଧିକାଂଶ ଲୋକଙ୍କୁ ଲାଗୁଥିବା ଯଶସ୍ଵୀଙ୍କୁ ଚେତେଶ୍ଵର ପୂଜାରାଙ୍କ ସ୍ଥାନରେ ଖେଳାଯିବ। ମାତ୍ର କେହି ବି ଗିଲ୍‌ଙ୍କୁ ତୃତୀୟ ନମ୍ବରରେ ଖେଳାଇବା କଳ୍ପନା କରି ନ ଥିଲେ।

Express yourself: Rahane's message for Yashasvi Jaiswal ahead of potential  India Test debut

ଯଶସ୍ଵୀ ଆଇପିଏଲ୍ ୨୦୨୩ରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ୧୪ଟି ମ୍ୟାଚ୍‌ରେ ୪୮.୦୮ ହାରରେ ୬୨୫ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ସାମିଲ୍। ଯଶ୍ଵସ୍ଵୀଙ୍କ ଘରୋଇ କ୍ରିକେଟ୍ ଉପରେ ନଜର ପକାଇଲେ ସେ ୧୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୮୦.୨୧ ହାରରେ ୧୮୪୫ ରନ କରିଛନ୍ତି। ଏଥିରେ ୯ଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ସାମିଲ୍। ସେ ଚଳିତ ବର୍ଷ ଇରାନ କପ୍‌ରେ ଅବଶିଷ୍ଟ ଭାରତୀୟ ଦଳ ପାଇଁ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ଵିତୀୟ ଇନିଂସରେ ୧୪୪ ରନ କରିଛନ୍ତି। ସୂଚନାଯୋଗ୍ୟ, ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ ଜଣାଇଛନ୍ତି ଯେ, ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ୨ ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇବ।

ଅଧିକ ପଢନ୍ତୁ- WTC 2023-25 : ଜାଣନ୍ତୁ କେଉଁ ଦଳ ଖେଳିବ କେତେ ଟେଷ୍ଟ ମ୍ୟାଚ୍‌ ?

   Related Posts