ଦୁୁବାଇ ୦୫।୦୩ : ଆଇସିସି ପକ୍ଷରୁ ସୋମବାର ଫେବ୍ରୁଆରୀ ମାସର ଶ୍ରେଷ୍ଠ ଖେଳାଳି (ପୁରୁଷ ଓ ମହିଳା) ପୁରସ୍କାର ପାଇଁ ତାଲିକା ଘୋଷଣା ହୋଇଛି । ପୁରୁଷ ତାଲିକାରେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍ ଏବଂ ଶ୍ରୀଲଙ୍କାର ପଥୁମ ନିଶଙ୍କା ମଧ୍ୟ ଦୌଡ଼ରେ ରହିଛନ୍ତି ।
wp:embed {"url":"https://twitter.com/ICC/status/1764828588174442501","type":"rich","providerNameSlug":"twitter","responsive":true} /wp:embedତେବେ ଜୈସ୍ୱାଲ୍ ପୁରସ୍କାର ପାଇଁ ଦାବିଦାର ରହିଛନ୍ତି । ସେ ଫେବ୍ରୁଆରୀ ମାସରେ ୩ଟି ଟେଷ୍ଟ (ଇଂଲଣ୍ଡ ବିପକ୍ଷ) ଖେଳି ୧୧୨ ଆଭରେଜ୍ରେ ମୋଟ ୫୬୦ ରନ୍ ସଂଗ୍ରହ କରିଥିବାବେଳେ ସେଥିମଧ୍ୟରେ ୨ଟି ଦ୍ୱିଶତକ ଅର୍ଜନ କରିଥିଲେ । ରାଜକୋଟ (ତୃତୀୟ) ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ଜୈସ୍ୱାଲ୍ ଅପରାଜିତ ୨୧୪ରନ୍ କରିଥିଲେ । ଏହି ଇନିଂସ୍ରେ ସେ ୧୪ଟି ଚୌକା ଓ ୧୨ଟି ଛକା ମାରିଥିଲେ । ଏଥିସହ ଗୋଟିଏ ଇନିଂସ୍ରେ ସର୍ବାଧିକ ଛକା ରେକର୍ଡ଼ ସହ ସମକକ୍ଷ ହୋଇଥିଲେ ।
ସେହିପରି ୱିଲିୟମସନ୍ ୨ଟି ଟେଷ୍ଟ (ଦକ୍ଷିଣ ଆଫ୍ରିକା ବିପକ୍ଷ) ଖେଳି ୨ଟି ଶତକ ସହ ମୋଟ ୪୦୩ ରନ୍ କରିଥିବାବେଳେ ନିଶଙ୍କା ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି (ଆଫଗାନିସ୍ତାନ ବିପକ୍ଷ) ଖେଳି ଯଥାକ୍ରମେ ୩୪୬ ଏବଂ ୯୧ରନ୍ ସଂଗ୍ରହ କରିଥିଲେ । ମହିଳା ପୁରସ୍କାର ତାଲିକାରେ ୟୁଏଇର କବିଶା ଇଗୋଡାଗେ, ଈଶା ଓଜା ଏବଂ ଅଷ୍ଟ୍ରେଲିଆର ଆନାବେଲ ସୁଦରଲାଣ୍ଡ ସ୍ଥାନ ପାଇଛନ୍ତି ।
wp:embed {"url":"https://www.prameyanews7.com/prime-minister-narendra-modi-and-chief-minister-naveen-patnaik-pays-tribute/","type":"wp-embed","providerNameSlug":"prameya-news-7"} /wp:embed