ଯଶସ୍ୱୀଙ୍କ ନୂଆ ରେକର୍ଡ, IPLରେ ଏପରି କରିବାର ହେଲେ ପ୍ରଥମ ଖେଳାଳି

Published By : Prameya-News7 Bureau | April 23, 2024 IST

ଜୟପୁର ୨୩।୦୪ : ଜୟପୁରରେ ଗର୍ଜିଲା ଜୈସଓ୍ୱାଲଙ୍କ ବ୍ୟାଟ । ଆଉ ଆଇପିଏଲ୍‌ ଇତିହାସରେ କରିଲେ ନୂଆ କୀର୍ତ୍ତିମାନ । ଜଣେ ଯୁବ ବ୍ୟାଟର ଭାବେ ଏପରି କରିବାର ଯଶସ୍ୱୀ ହେଲେ ପ୍ରଥମ ବ୍ୟାଟର । ତାହା ପୁଣି ମାତ୍ର ୨୨ ବର୍ଷ ବୟସରେ । ତେବେ ଆସନ୍ତୁ ଜାଣିବା କି ନୂଆ ରେକର୍ଡ କରିଛନ୍ତି ଯଶସ୍ୱୀ ଜୈସଓ୍ୱାଲ୍ ।

ରବିବାର ଜୟପୁର ସଓ୍ୱାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ଥିଲା IPL ୨୦୨୪ର ୩୮ ତମ ମ୍ୟାଚ୍‌ । ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଥିଲା ଲଢେଇ । ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଟିମ୍‌ ରାଜସ୍ଥାନକୁ ଦେଇଥିଲେ ୧୮୦ ରନ୍‌ ଟାର୍ଗେଟ । ଏହାର ଜବାବରେ ପଡିଆକୁ ଓହ୍ଲାଇଥିଲେ ରୟାଲ୍ସ ବ୍ୟାଟର । ୭୪ ରନ୍‌ରେ ଦଳ ହରାଇଥିଲା ପ୍ରଥମ ଓ୍ୱିକେଟ । ହେଲେ ହାର୍‌ ମାନିନଥିଲେ ଯଶସ୍ୱୀ । ୬୦ଟି ବଲ୍ ଖେଳି ୭ ଛକା ଏବଂ ୯ ଚୌକା ସହ କରିଲେ ୧୦୪ରନର ଶତକୀୟ ପାରି । ୧୭୩.୩୩ର ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିଲେ ଯଶସ୍ୱୀ । ଆଇପିଏଲ୍‌ ଇତିହାସରେ ଏହା ଥିଲା ଯଶସ୍ୱୀଙ୍କ ୨ୟ ଶତକ । ତାହା ପୁଣି ମୁମ୍ବାଇ ବିରୋଧରେ । 

ସେହିପରି ୨୦୨୩ରେ ମୁମ୍ବାଇ ବିପକ୍ଷରେ ଯଶସ୍ୱୀ ଖେଳିଥିଲେ ଶତକୀୟ ପାରି । ମାତ୍ର ୬୨ ବଲ୍‌ରେ ବିସ୍ଫୋରକ ପାରି ଖେଳି ସଂଗ୍ରହ କରିଥିଲେ ୧୨୪ରନ୍‌ । ଏହି ଶତକ ବେଳେ ଯଶସ୍ୱୀଙ୍କୁ ମାତ୍ର ୨୧ ବର୍ଷ ୧୨୩ ଦିନରେ ଆଇପିଏଲ୍‌ କ୍ୟାରିୟରର ଥିଲା ପ୍ରଥମ ଶତକ । ଆଉ ଏବେ ୨୨ ବର୍ଷ ୧୧୬ ଦିନରେ ମାରିଛନ୍ତି ୨ୟ ଶତକ । ନିଜ ଆଇପିଏଲ୍‌ କ୍ୟାରିୟରରେ ଥିବା ଦୁଇଟି ଶତକ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ କରିଛନ୍ତି ଜୈସଓ୍ୱାଲ୍ । ତେବେ ସବୁଠୁ କମ୍‌ ବୟସ୍କ ଖେଳାଳି ଭାବେ ଦୁଇଟି ଶତକ ହାସଲ କରିବାରେ ଯଶସ୍ୱୀ ସାଜିଛନ୍ତି ପ୍ରଥମ ଖେଳାଳି । ତାହା ପୁଣି ମାତ୍ର ୨୨ ବର୍ଷ ବୟସରେ । ମାନେ ୨୩ ବର୍ଷ ନପୂରୁଣୁ ଯଶସ୍ୱୀଙ୍କ ନୂଆ କୀର୍ତ୍ତିମାନ । ଏପରି କରିବାରେ ଯଶସ୍ୱୀ ସାଜିଛନ୍ତି ପ୍ରଥମ ଖେଳାଳି । ଯିଏକି ୨୩ ବର୍ଷ ପୂରଣ ହେବା ପୂର୍ବରୁ ହାସଲ କରିଛନ୍ତି ୨ଟି ଶତକ । 

ଆଉ ଏବେ ୨୦୨୪ରେ ମଧ୍ୟ ସେହି ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ କରିଛନ୍ତି ଶତକ । ପ୍ରଥମ ଶତକ ଓ୍ୱାଙ୍ଖେଡରେ ମାରିଥିବା ବେଳେ ୨ୟ ଶତକ ସଓ୍ୱାଇ ମାନ୍‌ ସିଂହ ଷ୍ଟାଡିୟମ୍‌ରେ । ମାତ୍ର ୨୧ ବର୍ଷ ବୟସରେ ଯଶସ୍ୱୀ ମାରିଥିଲେ ନିଜ ଆଇପିଏଲ୍‌ କ୍ୟାରିୟର ପ୍ରଥମ ଶତକ । ଆଉ ଏବେ ୨୨ ବର୍ଷରେ ୨ୟ ଶତକ । 

ଶେଷରେ ଜୈସଓ୍ୱାଲଙ୍କ ଏହି ଧୁଆଁଧାର ଶତକ ବଳୟରେ ମ୍ୟାଚ ଜିତିଥିଲା ରାଜସ୍ଥାନ । ନିଜ କୋଟାର ୮ଟି ବଲ୍‌ ବାକି ଥାଇ ବିଜୟୀ ହୋଇଥିଲା ସଞ୍ଜୁଙ୍କ ବାହିନୀ । ଏହି ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ ବୋଲର ସନ୍ଦୀପ ଶର୍ମା, ଯୁଜବେନ୍ଦ୍ର ଚହଲ ଏବଂ ବ୍ୟାଟିଂରେ ଯଶସ୍ୱୀ ଜୈସଓ୍ୱାଲ୍‌ । ବର୍ତ୍ତମାନର ଆଇପିଏଲ୍‌ ଅଙ୍କ ତାଲିକାରେ ୧୪ ପଏଣ୍ଟ ସହ ଟପ୍‌ରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ୮ଟି ମ୍ୟାଚ୍‌ ଖେଳି ୭ଟିରେ ହୋଇଛି ବିଜୟୀ । ଆଉ ବାକି ଗୋଟିଏ ମ୍ୟାଚ୍‌ରେ ଟିମ୍‌କୁ ପରାଜୟର ସାମ୍ନା କରିବାକୁ ପଡିଛି । 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.