WTC ପୂର୍ବରୁ କିଙ୍ଗ କୋହଲିଙ୍କଠାରୁ ଟିପ୍ସ ନେଲେ ଜୈସଓ୍ୱାଲ୍,ଅଭ୍ୟାସ ସମୟର ଭିଡିଓ ଭାଇରାଲ୍....

Published By : Prameya-News7 Bureau | June 01, 2023 IST

ନୂଆଦିଲ୍ଲୀ ୦୧/୦୬: ଜୁନ୍‌ ୭ରୁ WTCର ଇଂଲଣ୍ଡର ଓଭାଲରେ ଖେଳାଯିବ WTC ଫାଇନାଲ୍ । ଏଥିପାଇଁ ମୈଦାନରେ ଜୋରଦାର କସରତ କରୁଛନ୍ତି ସମସ୍ତ ଖେଳାଳ । ପ୍ରତିଦିନ ନେଟ୍ ପ୍ରାକ୍ଟିସ୍‌ର ନୂଆ ନୂଆ ଭଡିଓ ସେୟାର କରୁଛି ଆଇସିସି । ଯାହାକୁ ବହୁତ ମାତ୍ରା ପସନ୍ଦ କରୁଛନ୍ତି ଲୋକେ । ଗତ ୨୪ ଘଣ୍ଟାରେ ଆଇସିସି ସେୟାର କରିଛି ଗୋଟିଏ ଭିଡିଓ । ଯେଉଁଥିରେ ଯୁବ ବ୍ୟାଟର ଯଶସ୍ୱା ଜୈସୱାଲ ବ୍ୟାଟିଂ ଅଭ୍ୟାସ କରୁଛନ୍ତି ।

wp:html
/wp:html

ଭିଡିଓରେ ଜୈଶୱାଲ ବୋଲର ଅଶ୍ୱିନ ଏବଂ ଭେଟେରାନ ବିରାଟ କୋହଲିଙ୍କଠାରୁ କିଛି ଟିପ୍ସ ନେଉଥିବା ନଜର ଆସିଛନ୍ତି । କିଙ୍ଗ କୋହଲିଙ୍କ ଠାରୁ ବ୍ୟାଟିଂ ଟିପ୍ସ ନେଉଥିବାର ଭିଡିଓ ଏବେ ବେଶ୍ ଭାଇରାଲ୍ । ବିଶେଷକରି ବିରାଟ କୋହଲି ଯେଉଁଭଳି ଭାବରେ ଯୁବ ଜୈୟଶ୍ୱାଲ ବ୍ୟାଟିଂ ପରାମର୍ଶ ଦେଉଛନ୍ତି ତାହା ପ୍ରଶଂସକଙ୍କ ହୃଦୟ ଜିତିଛି । ପ୍ରଶଂସକମାନେ ନିଶ୍ଚିତ ଯେ କୋହଲିଙ୍କ ପରାମର୍ଶ କ୍ରମେ ଏହି ଯୁବ ବ୍ୟାଟ୍ସମ୍ୟାନ୍ ଆଗକୁ ଯାଇ କମାଲ୍ କରିବେ । ଆଇସିସି ସେୟାର କରି ଭିଡିଓର କ୍ୟାପସନରେ ଲେଖିଛନ୍ତି, 'ଇଂଲଣ୍ଡରେ ଜୈଶୱାଲଙ୍କ ପ୍ରଥମ ଲୁକ୍ ।

ଆହୁରି ପଢନ୍ତୁ...

wp:embed {"url":"https://www.prameyanews7.com/rohit-has-a-chance-to-make-history-by-winning-the-wtc-final/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rohit-has-a-chance-to-make-history-by-winning-the-wtc-final/
/wp:embed

ସୂଚନା ଥାଉକି, ଜୈଶଓ୍ୱାଲ୍ ଆଇପିଏଲ୍‌ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ୧୪ଟି ମ୍ୟାଚରେ ହାସଲ କରିଥିଲେ ୬୨୫ ରନ୍ । ଏହି ସିଜନରେ ବ୍ୟାଟ୍ସମ୍ୟାନ୍ ଶତକ ବି ହାସଲ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଜୈଶୱାଲ ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ଅନେକ ଭେଟେରାନ କ୍ରିକେଟରଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କର ଏହି ଖେଳକୁ ପ୍ରଶଂସା କରିଥିଲେ ଗାଭାସ୍କରଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀଙ୍କ ପର୍ଯ୍ୟନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.