ମୁମ୍ଵାଇ ୧୧।୦୪: ନିକଟରେ ନୀତେଶ ତିୱାରୀ ତାଙ୍କ ଫିଲ୍ମ 'ରାମାୟଣ'ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରରେ ରଣବୀର କପୁର ପ୍ରଭୁ ରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ସନ୍ନି ଦେଓଲ ହନୁମାନ ଭୂମିକାରେ ଅଭିନୟ କରିବେ। ପୂର୍ବରୁ ଖବରଥିଲା ଯେ ୟଶ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିବେ। କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ 'ୟଶ ରାବଣଙ୍କ ଭୂମିକାକୁ ରିଜେକ୍ଟ କରିଛନ୍ତି। ଏହି ଚଳଚ୍ଚିତ୍ର ସହିତ କେବଳ ପ୍ରଡ୍ୟୁସର ଭାବରେ ଜଡିତ ଅଛନ୍ତି । ପ୍ରାୟ ୮୦ କୋଟି ଟଙ୍କା ନେବା ପରିବର୍ତ୍ତେ ସେ ଫିଲ୍ମକୁ ପ୍ରଡ୍ୟୁସ କରିବାକୁ ଚିନ୍ତା କରିଛନ୍ତି। ନୀତେଶ ତିୱାରୀଙ୍କ ଫିଲ୍ମର ସେଟ୍ ଉପରେ ନୋ-ଫୋନ୍ ପଲିସି ମଧ୍ୟ ଲାଗୁ ହୋଇଯାଇଛି।
ରାମାୟଣ ପାଇଁ ରଣବୀରଙ୍କ ଟ୍ରେନିଂ
ମିଡିଆ ରିପୋର୍ଟ ଅନୁଯାୟୀ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେଓଲଙ୍କ ସହ ସମ୍ପର୍କ କରାଯାଇଛି । ବିଜୟ ସେଥୁପତି ରାବଣର ସାନ ଭାଇ ବିଭିଷଣ ଭୂମିକାରେ ଅଭିନୟ କରିପାରନ୍ତି ବୋଲି ମଧ୍ୟ ଖବର ରହିଛି। ଲାରା ଦତ୍ତା ଏବଂ ଶିବା ଖଡ୍ଡା ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବେ। ଲାରା ପ୍ରଭୁ ରାମଙ୍କ ସାବତ ମା କୈକେଇ ଭୂମିକାରେ ଅଭିନୟ କରୁଥିବାବେଳେ ଶିବାଙ୍କୁ ମନ୍ଥରା ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଦିୱାଲୀ ୨୦୨୫ରେ ରିଲିଜ୍ ହୋଇପାରେ ।
ଏହି ମାସ ଆରମ୍ଭରେ ରଣବୀର କପୁରଙ୍କ ଫିଟନେସ୍ କୋଚ୍ ତାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବା ପୂର୍ବରୁ ଅଭିନେତାଙ୍କ ଟ୍ରେନିଂର ଝଲକ ଦେଖାଇଥିଲେ। ଯେଉଁଥିରେ ରଣବୀର ତାଙ୍କ ପ୍ରଶିକ୍ଷକଙ୍କ ସହ ଦୌଡ଼ୁଛନ୍ତି, ଅନେକ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥିଲା ।
‘ଟକ୍ସିକ୍’ ରିଲିଜ୍ ଡେଟ୍
ଏହି ସମୟରେ, ୟଶ ତାଙ୍କ ଫିଲ୍ମ 'ଟକ୍ସିକ୍: ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଜିତୁ ମୋହନ ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭେଙ୍କଟ କେ ନାରାୟଣଙ୍କ କେଭିଏନ୍ ପ୍ରଡକ୍ସନ୍ସ ଏବଂ ୟଶଙ୍କ ମନଷ୍ଟର୍ ମାଇଣ୍ଡ କ୍ରିଏସନ୍ ଦ୍ୱାରା ନିର୍ମିତ । ଡ୍ରଗ୍ ମାଫିଆ ଉପରେ ଆଧାରିତ ଏହି ଫିଲ୍ମ ଏକ ଆକ୍ସନ୍ ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଫିଲ୍ମ ୧୦ ଏପ୍ରିଲ ୨୦୨୫ ରେ ପରଦାରେ ଆସିବାର ଅଛି।