ରାମ-ସୀତା ଭୂମିକାରେ ନଜର ଆସିବେ ଆଲିଆ ଓ ରଣବୀର, ରାବଣ ଅଭିନୟ ପାଇଁ ମନା କଲେ ୟଶ୍
13/06/2023 at 12:22 PM

ମୁମ୍ବାଇ ୧୩।୦୬ : ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନ୍ ଷ୍ଟାରର ବିଗ ବଜେଟ୍ ସିନେମା ‘ଆଦିପୁରୁଷ’କୁ ନେଇ ସବୁଆଡ଼େ ଚର୍ଚ୍ଚା । ଏହାରି ମଧ୍ୟରେ ନିର୍ଦ୍ଦେଶକ ନୀତେଶ ତିୱାରୀ ଖୁବଶ୍ରୀଘ୍ର ନିର୍ମାଣ କରିବାକୁ ଯାଉଛନ୍ତି ‘ରାମାୟଣ’ ଫିଲ୍ମ । ଏହି ଫିଲ୍ମ ନିର୍ମାଣ ଲାଗି ଦୀର୍ଘ ଦିନ ଧରି ଆଲୋଚନା କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ନୀତେଶ ତିୱାରୀଙ୍କ ଏହି ଫିଲ୍ମ ପାଇଁ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ଫାଇନାଲ କରିଛନ୍ତି । ଏହି ସିନେମାରେ ଆଲିଆ ସୀତା ଓ ରଣବୀର ରାମ ଭୂମିକାରେ ନଜର ଆସିବେ ।

ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଚଳିତ ଦୀପାବଳୀରେ ଏହି ଫିଲ୍ମ ନେଇ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ନୀତେଶଙ୍କ ଏହି ଚଳଚ୍ଚିତ୍ରରେ ସାଉଥ ସୁପରଷ୍ଟାର ୟଶ ରାବଣ ଭୂମିକାରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଆସୁଥିବା ରିପୋର୍ଟଗୁଡିକ ଯଦି ବିଶ୍ବାସ କରାଯାଏ ତେବେ ୟଶ ନୀତେଶ ତିୱାରୀଙ୍କ ସ୍କ୍ରିପ୍ଟକୁ ବହୁତ ପସନ୍ଦ କରିଥିଲେ । କିନ୍ତୁ ସେ ଜାଣିଶୁଣି ନକାରାତ୍ମକ ଭୂମିକାରୁ ଦୂରରେ ରହିଛନ୍ତି ।

କୁହାଯାଉଛି ଯେ ଅଦ୍ଭୁତପୂର୍ବ ସଫଳତା ପରେ ୟଶ ନକାରାତ୍ମକ ଭୂମିକା ଗ୍ରହଣ କରିବାକୁ ଏଡ଼ାଉଛନ୍ତି । ସେ ଚିନ୍ତା କରନ୍ତି ଯେ ଏହି ସମୟରେ ତାଙ୍କର ନକାରାତ୍ମକ ଭୂମିକା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିପାରେ । ସେଥିପାଇଁ ସେ ନକରାତ୍ମକ ଅଭିନୟ କରିବାକୁ ଚାହୁଁନାହାନ୍ତି । ପୂର୍ବରୁ ଶୁଣିବାକୁ ମିଳୁଥିଲା କି ରାବଣ ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ । କିନ୍ତୁ ସେ ଅନେକ ଫିଲ୍ମରେ ବ୍ୟସ୍ତ ଥିବାରୁ ଫିଲ୍ମ ପାଇଁ ମନା କରିଥିଲେ । ତେବେ ଆଗକୁ କିଏ ହେବ ରାବଣ, ତାହା ଦେଖିବାକୁ ବାକି ରହିଲା ।
You Can Read: