scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଛୁଳୁଛି ଯମୁନା, ୪୫ ବର୍ଷ ପରେ ତାଜ୍‌ ମହଲ ଛୁଇଁଲା ବନ୍ୟା ପାଣି

19/07/2023 at 7:09 PM

Taj Mahal

ନୂଆଦିଲ୍ଲୀ, ୧୯/୦୭: ବର୍ଷାରେ ବେହାଲ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ। ଦୁଇ ସପ୍ତାହ ଧରି ଲଗାଣ ବର୍ଷା ଫଳରେ ଦିଲ୍ଲୀର ଅନେକ ସ୍ଥାନ ଜଳମଗ୍ନ ହୋଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରୁଛନ୍ତି ଦିଲ୍ଳୀବାସୀ। ପୁଣି ହଥିନୀକୁଣ୍ଡ ବ୍ୟାରେଜ୍‌ରୁ ପାଣି ଛଡ଼ାଯିବା କାରଣରୁ ଦିଲ୍ଲୀରେ ଯମୁନାର ଜଳସ୍ତର ବଢ଼ିଥିଲା, ଫଳରେ ରାଜଧାନୀର ତଳିଆ ଅଞ୍ଚଳରେ ପାଣି ଭରିଥିଲା ଆଉ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଅବଶ୍ୟ ପ୍ରାୟ ୧୫ ଦିନ ପରେ ସ୍ଥିତିରେ ସାମନ୍ୟ ଆଶ୍ବସ୍ତି ମିଳିଛି। ବୁଧବାର ଯମୁନା ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଛି। ହେଲେ ଏବେବି ଅନେକ ସ୍ଥାନ ଜଳମଗ୍ନ ରହିଛି।

ତେବେ ଗୋଟିଏ ପଟେ ଦିଲ୍ଲୀରେ ବନ୍ୟାଗ୍ରସ୍ତଙ୍କୁ ଆଶ୍ବସ୍ତି ମିଳିଥିବାବେଳେ ଅନ୍ୟ ପଟେ ଉତ୍ତର ପ୍ରଦେଶ ଆଗ୍ରାରେ ସଙ୍କଟ ବଢ଼ିଛି । ମଙ୍ଗଳବାର ଯମୁନା ପାଣି ତାଜମହଲ ନିକଟରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଅବଶ୍ୟ ଏଏସଆଇ କହିଛି ଏବେ ତାଜମହଲ ପାଇଁ କୌଣସି ବଡ଼ ବିପଦ ନାହିଁ। କିନ୍ତୁ ବନ୍ୟାପାଣି ତାଜମହଲ କାନ୍ଥ ପର୍ଯ୍ୟନ୍ତ ପହଞ୍ଚିଛି। ବଡ଼ କଥା ହେଉଛି ପ୍ରାୟ ୪୫ ବର୍ଷ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୭୮ରେ ଏଭଳି ହୋଇଥିଲା। ତେବେ ଯମୁନାର ପାଣି ସ୍ମାରକୀ ପଛ ପାର୍ଶ୍ବରେ ଥିବା ବଗିଚା ଜଳମଗ୍ନ ହୋଇଛି। ବର୍ତ୍ତମାନ ଆଗ୍ରାରେ ଯମୁନାର ଜଳସ୍ତର ୪୯୮ ଫୁଟ୍‌ ରହିଛି ଯାହା ୫୦୦ ଫୁଟ୍‌ ଟପିବା ନେଇ ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତଙ୍କ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସୂଚନା ଅନୁଯାୟୀ, ମଥୁରାରେ ଉଖଲା ଏବଂ ଗୋକୁଲ ବ୍ୟାରେଜ୍‌ର ଅନେକ ଗେଟ୍‌ ଖୋଲାଯିବା ଫଳରେ ଯମୁନାର ଜଳସ୍ତର ବଢ଼ିଥିଲା। ଫଳରେ ଯମୁନା ପାଣି ତାଜମହଲ ପର୍ଯ୍ୟନ୍ତ ପହଞ୍ଚିଛି। ଖାଲି ସେତିକି ନୁହେଁ ବନ୍ୟାଜଳ ଦଶହରା ନଦୀ ଏବଂ ମେହତାବ ବାଗ୍‌ ପର୍ଯ୍ୟନ୍ତ ପହଞ୍ଚିଛି। ଅନୁମାନ କରାଯାଉଛି ଏଠାରେ ଥିବା ପ୍ରାୟ ୪୦ ଗାଁ ଜଳମଗ୍ନ ହୋଇପାରେ। ଆଗ୍ରାର ଲୋହିଆ ନଗର, ତନିଷ୍କ, ରାଜଶ୍ରୀ ଏବଂ ଦୟାଲବାଗ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି। ଆଗ୍ରାରେ ଅନେକ ଫସଲ ମଧ୍ୟ ନଷ୍ଟ ହୋଇଛି।

   Related Posts