ଚିକାଗୋ ଫିଲ୍ମ ଫେଷ୍ଟିଭାଲ୍‌ରେ ୱାର୍ଲଡ ପ୍ରିମିୟର୍‌ ହେବ ୟାମିଙ୍କ ଫିଲ୍ମ ‘ଲଷ୍ଟ୍‌’

Published By : Prameya-News7 Bureau | September 10, 2022 IST

ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ୟାମି  ଗୌତମଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲଷ୍ଟ୍‌’ । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ  ଫିଲ୍ମର ୱାର୍ଲଡ ପ୍ରିମିୟର୍‌ ହେବ । ଏ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି  ୟାମି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସେ  ଘୋଷଣା କରିଛନ୍ତି । ଆସନ୍ତା ୨୩ ତାରିଖରେ ୧୩ତମ ଚିକାଗୋ  ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କ ଫିଲ୍ମ ‘ଲଷ୍ଟ୍‌’  ପ୍ରଦର୍ଶିତ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରୟ ଚୌଧୁରୀ ।  ଏକ ଉଚ୍ଚତର ଅନୁସନ୍ଧାନକୁ ଏହା ଉପସ୍ଥାପନ  କରିଛି ।

ସହାନୁଭୂତି ଓ ଅଖଣ୍ଡତାର  ହଜିଯାଇଥିବା ମୂଲ୍ୟବୋଧଗୁଡ଼ିକର ସନ୍ଧାନ  ଉପରେ ଫିଲ୍ମଟି  ପର୍ଯ୍ୟବସିତ ।   ୟାମିଙ୍କ କ୍ୟାରିଅର୍‌  ଏବେ ଗୁରୁତ୍ୱପୂର୍ଣ୍ଣ  ମୋଡ଼ରେ ଅଛି ।  ନିକଟରେ ମୁକ୍ତିପ୍ରାପ୍ତ  ତାଙ୍କର ସମସ୍ତ ପ୍ରୋଜେକ୍ଟ  ସଫଳ ହୋଇଛି । ତାଙ୍କ  ଭୂମିକାକୁ ମଧ୍ୟ ଦର୍ଶକୀୟ  ଆଦୃତି ମିଳୁଛି । ୟାମି ଏବେ  ଏକାଧିକ ପ୍ରୋଜେକ୍ଟରେ  ବ୍ୟସ୍ତ ଅଛନ୍ତି । ତାଙ୍କ  ଅପ୍‌କମିଙ୍ଗ  ଫିଲ୍ମରେ ଅଛି  ‘ଓଏମ୍‌ଜି[1]୨’ । ଆଉ  ଦୁଇଟି  ପ୍ରୋଜେକ୍ଟରେ  ମଧ୍ୟ ସେ  କାମ  କରୁଛନ୍ତି ।  ତେବେ  ଏ ନେଇ  ଆନୁଷ୍ଠାନିକ  ରୂପେ ଘୋଷଣା  ହୋଇନାହିଁ ।  କିନ୍ତୁ ଖୁବ୍‌ଶୀଘ୍ର  ଏହାର  ଖୁଲାସା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.