ଆରବ ଦେଶର ବ୍ୟାନ୍ ହେଲା ୟାମୀ ଗୌତମଙ୍କ ସିନେମା ଆର୍ଟିକିଲ ୩୭୦

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ: ୟାମୀ ଗୌତମଙ୍କ ଫିଲ୍ମ ‘ଆର୍ଟିକିଲ ୩୭୦’ର ବାଟ ଓଗାଳିଲେ ଆରବ ଦେଶ। ମରୁଭୂମିର ଦେଶରେ ଏହି ସିନେମାକୁ ବ୍ୟାନ୍ କରାଯାଇଛି। କୌଣସି ଆରବ ଦେଶରେ ଆର୍ଟିକଲ ୩୭୦ ମୁକ୍ତିଲାଭ କରିପାରିବ ନାହିଁ ବୋଲି ସୂଚନା ମିଳିଛି।

ସିନେମା ମୁକ୍ତିଲାଭ କରିବା ପରେ ଉଭୟ ଦେଶ ଓ ବିଦେଶରେ ଭଲ ପ୍ରଦର୍ଶନ କରି ଚାଲିଛି। ସିନେମାକୁ ଉଭୟ ପ୍ରଶଂସା ଓ ସମାଲୋଚନା ମଧ୍ୟ ହେବାକୁ ପଡ଼ିଛି। ହେଲେ ଆରବ ଦେଶରେ ବ୍ୟାନ୍ କରାଯିବା ସିନେମାର ବ୍ୟବାସାୟରେ କ୍ଷତି କରିପାରେ। ଏଥିସହିତ ଭାରତୀୟ ପର୍ଯ୍ୟଟନ ଓ ସିନେମାକୁ ମଧ୍ୟ ଏହା କ୍ଷତି କରିପାରେ।

କେବଳ ୟାମୀଙ୍କ ସିନେମାନ ନୁହେଁ, ଏହା ପୂର୍ବରୁ ହ୍ରିତକ ରୋଶନ ଓ ଦୀପିକା ପାଦୁକୋନଙ୍କ ସିନେମା ଫାଇଟରକୁ ମଧ୍ୟ ଆରବ ଦେଶର ବ୍ୟାନ୍ କରାଯାଇଥିଲା। କେବଳ ୟୁନାଇଟେଡ୍ ଆରବ ଏମିରାଟ୍‌ରେ ହ୍ରିତିଙ୍କ ସିନେମାକୁ ଅନୁମତି ମିଳିଥିଲା।

ପଢ଼ନ୍ତୁ-ଦୁନିଆକୁ ଅଲବିଦା କହିଲେ ‘ଚିଠି ଆଇ ହେ’ ଗାଇଥିବା କଣ୍ଠଶିଳ୍ପୀ, ୭୨ ବର୍ଷରେ ପରଲୋକ

ଆର୍ଟିକଲ ୩୭୦ ସିନେମାରେ ୟାମୀ ଗୌତମ ଜୋନୀ ହକ୍‌ସର ନାମକ ଜଣେ ଗୁଇନ୍ଦା ଅଫିସରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଜାମ୍ମୁକ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ହୋଇଥିବା ସମସ୍ତ ସରକାରୀ ଉଦ୍ୟମ ଓ କାଶ୍ମୀର ଉପତ୍ୟାକାରେ ହେଉଥିବା ଆଥଙ୍କବାଦ  ଅଶାନ୍ତିକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସିନେମା ବିଷୟରେ ଉଦାହରଣ ଦେଇଥିଲେ।

ଆର୍ଟିକଲ ୩୭୦ ସିନେମାକୁ ଅଦିତ୍ୟ ସୁଭା ଜାମ୍ଭାଲେ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରିୟାମଣି, ଅରୁଣ ଗୋଭୀଲ ଓ କିରଣ କରମାକରଙ୍କୁ ଏଥିରେ ଅଭିନୟରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.