AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଧୁବାଲା ଚରିତ୍ରରେ ଅଭିନୟ ପାଇଁ ଇଚ୍ଛା ପ୍ରକାଶ କଲେ ୟାମି, କହିଲେ-ମୋର ପସନ୍ଦର…

11/01/2023 at 11:26 AM

ମୁମ୍ଵାଇ ୧୧।୦୧: ଭାରତୀୟ ସିନେମା ଜଗତର କିମ୍ବଦନ୍ତୀ ତାରକା ତଥା ନିଜର  ଫେଭ୍‌ରିଟ୍‌ ନାୟିକା ମଧୁବାଲାଙ୍କ ବାୟୋପିକ୍‌ କରିବାକୁ  ଚାହୁଁଛନ୍ତି ‘ଉରି’ ଗର୍ଲ ୟାମି ଗୌତମ। ଏକ ଗଣମାଧ୍ୟମ  ସହ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା, ସେ କାହାର  ବାୟୋପିକ୍‌ କରିବାକୁ ଚାହିଁବେ । ଉତ୍ତରରେ ୟାମି କହିଥିଲେ  ‘ସବୁଠୁ ସୁନ୍ଦରୀ ମଧୁବାଲା ଜୀ । ମୁଁ ଜାଣେ ଯେ ତାଙ୍କୁ ନେଇ  କିଛି ଫିଲ୍ମ ଘୋଷଣା ହୋଇଛି । କିନ୍ତୁ ସେଗୁଡ଼ିକ ସହିତ  ଏହାର କୌଣସି ସମ୍ପର୍କ ନାହିଁ । ପ୍ରତିଦିନ ରାତିରେ ମୁଁ  ତାଙ୍କ ଗୀତ ଶୁଣୁଥିଲି ।

ଆଜି ବି ପୁରୁଣା ଗୀତ କିମ୍ବା  କିଛି ସାକ୍ଷାତକାର ଦେଖିବାର ସେହି ଅଭ୍ୟାସ ମୋର  ଅଛି । ଏଥିରେ ମଧୁବାଲା ଓ ସ୍ମିତାଙ୍କ ସାକ୍ଷାତକାର  ଥାଏ । ସେମାନେ ବହୁତ ଭଲ କହୁଥିଲେ । ଆଜି  ସେମାନଙ୍କ ମଧ୍ୟରୁ କେହି ଏଠାରେ ଥାନ୍ତେ କି!  କାରଣ ବହୁତ କିଛି ଦେଖିବା ଓ ଶୁଣିବା ବାକି  ରହିଗଲା ।’  ୟାମିଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅନେକ  ପାୱାର୍‌-ପ୍ୟାକ୍‌ଡ ରୋଲ୍‌ ରହିଛି । ‘ଚୋର୍‌ ନିକଲ୍‌  କେ ଭାଗା’, ‘ଓଏମ୍‌ଜି-୨’ ଓ ‘ଧୂମ୍‌ ଧାମ୍‌’  ସମେତ ଆହୁରି କିଛି ଫିଲ୍ମରେ ସେ ନଜର  ଆସିବେ । ଖୁବ୍‌ଶୀଘ୍ର ଏ ବିଷୟରେ ସେ ଘୋଷଣା  କରିପାରନ୍ତି । ୨୦୨୨ ୟାମିଙ୍କ ପାଇଁ ସଫଳ  ବର୍ଷ ଥିଲା । ‘ଏ ଥର୍ସଡେ’ ଓ ‘ଦଶ୍‌ୱି’ ଭଳି  ଫିଲ୍ମ ପାଇଁ ସେ ଖୁବ୍‌ ପ୍ରଶଂସା ସାଉଁଟିଥିଲେ । 

ଏଗୁଡ଼ିକରେ ତାଙ୍କର ସଶକ୍ତ ଚରିତ୍ର ଦେଖି  ସମସ୍ତେ ଚକିତ ହୋଇଥିଲେ । ଉଭୟ ଦର୍ଶକ ଓ  ସମୀକ୍ଷକଙ୍କଠାରୁ ତାଙ୍କୁ ଖୁବ୍‌ ପ୍ରଶଂସା ମିଳିଥିଲା ।  ସେତିକି ନୁହେଁ, ତାଙ୍କ ଅଭିନୀତ ଫିଲ୍ମ ‘ଲଷ୍ଟ୍‌’  ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫିଲ୍ମ  ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।  ଗୋଟିଏ ପରେ ଗୋଟିଏ ବଳିଷ୍ଠ କାହାଣୀ ସହିତ  ପରଦାକୁ ଓହ୍ଲାଉଥିବା ୟାମି ଏଣିକି ଭିନ୍ନ ଧରଣର  ଫିଲ୍ମରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

   Related Posts